ଆଉ ହସାଇ ହସାଇ ବେଦମ କରିବେନି କମେଡି କିଙ୍ଗ କପିଲ ଶର୍ମା, ବନ୍ଦ ହେବାକୁ ଯାଉଛି ‘ଦ କପିଲ୍ ଶର୍ମା ସୋ’
Khabar Odisha:Very-popular-The-Kapil-Sharma-show-is-going-to-off-air-soon

ନୂଆଦିଲ୍ଲୀ, ଜାନୁଆରୀ ୨୫ (ଖବର ଓଡ଼ିଶା): ଆଉ ହସାଇ ହସାଇ ବେଦମ୍ କରିବେନି କମଡେି କିଙ୍ଗ କପିଲ ଶର୍ମା । ଟେଲିଭିଜନ ଇଣ୍ଡଷ୍ଟ୍ରିରେ ରାଜ୍ କରୁଥିବା ଦ କପିଲ ଶର୍ମା ସୋ ଏବେ ବନ୍ଦ ହେବାକୁ ଯାଉଛି ।

ଟେଲିଭିଜନ ଇଣ୍ଡଷ୍ଟ୍ରିର ସବୁଠାରୁ ଅଧିକ ପପୁଲାର ଓ ଚର୍ଚ୍ଚିତ କମେଡି ସୋ ହେଉଛି କିଲ ଶର୍ମାଙ୍କ କମେଡି ସୋ । ତେବେ ଏହି ସୋ କେବଳ ଭାରତରେ ନୁହେଁ ପୁରା ବିଶ୍ୱରେ କପିଲ ଶର୍ମାଙ୍କ ପାଇଁ ଲୋକପ୍ରିୟତା ଆଣିଦେଇଛି ।

ବର୍ତମାନ ଏହି ସୋ ର ଦର୍ଶକ ମାନଙ୍କୁ ଲାଗିବାକୁ ଯାଉଛି ଏକ ବଡ ଝଟକ୍‌ା । ଏହି ସୋର ନିର୍ମାତା ମାନେ ଏବେ ଦ କପିଲ ଶର୍ମା ସୋ କୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ଯାହାକୁ ନେଇ ଏବେ ପୁରା ଟେଲିଭିଜନ ଇଣ୍ଡଷ୍ଟି ଓ ଦର୍ଶକ ମାନଙ୍କ ମଧ୍ୟରେ ଚହଳ ପଡିଛି ।

ତେବେ ସୂଚନା ଅନୁସାରେ ସୋ ର ନିର୍ମାତା ମାନେ ଆଉ ଏକ ନୂଆ ଅନ୍ଦାଜରେ ଏହି ସୋ କୁ ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି । ସୋ ର ଷ୍ଟାର କାଷ୍ଟରେ ମଧ୍ୟ ବଡ ଧରଣର ପରିବର୍ତନ ହେବା କଥା ଅନେକ ମିଡିଆ ରିପୋର୍ଟ ରୁ ସାମ୍ନାକୁ ଆସୁଛି ।

ପୂର୍ବରୁ ମଧ୍ୟ ଅନେକ ଥର ଏହି ଭଳି ଭାବରେ ‘ଦ କପିଲ ଶର୍ମା ସୋ’ କୁ ବନ୍ଦ କରାଯାଇଛି ଓ ପୁଣି ଥରେ ଆରମ୍ଭ ମଧ୍ୟ କରାଯାଇଛି । ବର୍ତମାନ ମଧ୍ୟ ସମାନ ଢାଞ୍ଚାରେ ଏହି ସୋ ପୁଣି ଥରେ ଲୋକମାନଙ୍କ ସାମ୍ନାକୁ ଆସିବାକୁ ଯାଉଛି ସେତେ ପର୍ଯ୍ୟନ୍ତ ଦର୍ଶକ ମାନଙ୍କୁ ଧର୍ଯ୍ୟର ସହିତ ଅପେକ୍ଷା କରିବା ପାଇଁ ନିବେଦନ କରାଯାଇଛି ।

  • Tags:

Subscribe

National International State Sports Entertainment