ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ
Khabar Odisha:The-afterlife-of-veteran-actor-Dillip-Kumar
ମୁମ୍ବାଇ, ଜୁଲାଇ ୦୭ (ଖବର ଓଡ଼ିଶା):

ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ବଲିଉଡ କିମ୍ବଦନ୍ତୀ ଦିଲ୍ଲୀପ କୁମାରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ଗତ ବୁଧବାର ଦିଲ୍ଲୀପ କୁମାରଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବା ସମସ୍ୟା ଯୋଗୁଁ ଡାକ୍ତରଖାନା ନିଆଯାଇଥିଲା। ସେହି ମାସରେ ସେ ଦ୍ୱିତୀୟ ଥର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଦିଲୀପ କୁମାରଙ୍କୁ ପ୍ରଥମେ ଜୁନ୍ ୬ରେ ଡାକ୍ତରଖାନା ନିଆଯାଇଥିଲା ଓ ତାଙ୍କୁ ଅମ୍ଳଜାନ ସହାୟତାରେ ଚିକିତ୍ସା କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଜୁନ୍ ୧୧ ରେ ଡିସଚାର୍ଜ ହୋଇଥିଲେ ।

କିଡନୀ ରୋଗଠାରୁ ଆରମ୍ଭ କରି ନିମୋନିଆ ପର୍ଯ୍ୟନ୍ତ ଅସୁସ୍ଥତା ସହିତ ଦିଲ୍ଲୀପ କୁମାର ଗତ କିଛି ବର୍ଷ ହେବ ବାରମ୍ବାର ହସ୍ପିଟାଲ ଚିକିତ୍ସା ପାଇଁ ଆସୁଥିଲେ ।

ଦିଲୀପ କୁମାରଙ୍କର ପ୍ରକୃତ ନାମ ୟୁସୁଫ୍ ଖାନ୍, ଭାରତୀୟ ସିନେମାର କେତେକ ଆଇକନ୍ ତଥା ଲ୍ୟାଣ୍ଡମାର୍କ୍ ଚଳଚ୍ଚିତ୍ରରେ ନୟାଦୌର, ମୋଗଲ-ଏ-ଆଜାମ, ଦେବଦାସ, ରାମ ଔର ଶ୍ୟାମ, ଅନ୍ଦାଜ , ମଧୁମତୀ ଏବଂ ଗଙ୍ଗା ଜାମୁନାଙ୍କ ସହ ଅଭିନୟ କରିଥିଲେ। ୦ ଦଶକର ଲୋକପ୍ରିୟ ଅଭିନେତା ୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

୧୯୯୪ ମସିହାରେ ସେ ଶ୍ରେଷ୍ଠ ଦାଦାସାହେବ ଫାଲକେ ଆୱାର୍ଡ ପାଇଥିଲେ ଓ ୨୦୧୫ରେ ସେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । 

  • Tags:

Subscribe

National International State Sports Entertainment