ସୁୁପରଷ୍ଟାର ରଜନୀକାନ୍ତ ପାଇବେ ଦାଦାସାହେବ ଫାଲକେ ଆୱାର୍ଡ
Khabar Odisha:Superstar-Rajinikanth-will-receive-the-Dadasaheb-Phalke-Award
ମୁମ୍ବାଇ, ଅକ୍ଟୋବର ୨୪(ଖବର ଓଡିଶା):

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ଆୱାର୍ଡ । ଏନେଇ ଚେନ୍ନାଇ ସ୍ଥିତ ବାସଭବନରେ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । ବୈଠକ କରି ସୁୁପରଷ୍ଟାର ରଜନୀକାନ୍ତ କହିଛନ୍ତି ଯେ ସେ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ କେବେ ଆଶା କରିନଥିଲେ । ସେ କହିଛନ୍ତି ଯେ ତାଙ୍କୁ ପୁରସ୍କାର ପାଇବା ଦେଖିବାକୁ ପରାମର୍ଶଦାତା କେବି ସାର୍ ଜୀବିତ ନାହାନ୍ତି । ଏହାସହିତ ସେ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଁ ଦାଦାସାହେବ ଫାଲକେ ପୁରସ୍କାର ପାଇଥିବାରୁ ବହୁତ ଖୁସି ଅଟେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରଜନୀକାନ୍ତ ଆସନ୍ତାକାଲି ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ସେଠାରୁ ସେ ପୁରସ୍କାର ଗ୍ରହଣ କରିବେ । ଏପ୍ରିଲ ୨୦୨୧ରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଘେ।।ଣା କରିଛନ୍ତି ଯେ ଗତ ଚାରି ଦଶନ୍ଧି ଧରି ଭାରତୀୟ ସିନେମାରେ ଅବଦାନ ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନୀତ କରାଯାଇଛି । 

ସେହିପରି କୋଭିଡ ମହାମାରୀ ହେତୁ ପୁରସ୍କାର କାର୍ଯ୍ୟକ୍ରମ ବିଳମ୍ବରେ କରାଯାଇଛି । ଭାରତର ଅନ୍ୟତମ ଲୋକପ୍ରିୟ ତାରକା ରଜନୀକାନ୍ତଙ୍କୁ ୨୦୦୦ରେ ପଦ୍ମ ଭୂଷଣ ଏବଂ ୨୦୧୬ରେ ଭାରତ ସରକାର ପଦ୍ମଭୂଷଣ ପ୍ରଦାନ କରିଛନ୍ତି । ରଜନୀକାନ୍ତ ତାମିଲ ସିନେମାରେ ଆପୋରଭା ରାଗଙ୍ଗାଲଙ୍କ ସହ ଡେବ୍ୟୁ କରିଥିଲେ । ଏହାସହିତ ତାଙ୍କର ଅନେକ ହିଟ୍ ଫିଲ୍ମ ମଧ୍ୟ ରହିଛି ।

  • Tags:

Subscribe

National International State Sports Entertainment