ଆଜି ହସ୍ପିଟାଲରୁ ଡ଼ିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ,ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଥିବା ସୁଚନା
Khabar Odisha:Superstar-Rajinikanth-discharged-from-hospital-today
ମୁମ୍ବାଇ , ନଭେମ୍ବର ୧ (ଖବର ଓଡିଶା):

ଆଜି ହସ୍ପିଟାଲରୁ ଡ଼ିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଚେନ୍ନାଇର କାଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଘରେ ପହଞ୍ଚିବାର ଏକ ଫଟୋ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ ଏହି ଖବର ଜଣାଇଛନ୍ତି । 

ଯେଉଁ ଫଟୋରେ ରଜନୀକାନ୍ତ ତାଙ୍କ ଘରର ଠାକୁରଙ୍କ ସମ୍ମୁଖରେ ଠିଆ ହୋଇ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳୁଛି ଏବଂ ସେ କ୍ୟାପସନରେ ଲେଖିଛନ୍ତି ଯେ - 'ଘରକୁ ଫେରିଆସିଲି ।' ଏହା ସହିତ ସେ ହାତ ମଧ୍ୟ ଯୋଡ଼ି ଠିଆ ହୋଇଛନ୍ତି ।

ରଜନୀକାନ୍ତଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ସେ କାରରୁ ଓହ୍ଲାଇ ତାଙ୍କ ଘରେ ପହଞ୍ଚିଛନ୍ତି। ତାଙ୍କ ପତ୍ନୀ ଲତା କବାଟ ବାହାରେ ତାଙ୍କର ଆରତୀ କରି ସ୍ୱାଗତ କରୁଛନ୍ତି । ସୁଚନା ଅନୁସାରେ ଗତ ଗୁରୁବାର ଦିନ ରଜନୀକାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରଦିନ ଶୁକ୍ରବାର ଦିନ ସେ ତାଙ୍କ କାରୋଟିଡ ଧମନୀରେ ଅସ୍ତ୍ରୋପଚାର କରାଯାଇଥିଲା। ଡାକ୍ତରଖାନାରେ ଡ଼ାକ୍ତରୀ ଟିମ୍ ଦ୍ୱାରା ଏହା ସୁଚନା ଦିଆଯାଇଛି ବର୍ତ୍ତମାନ ରଜନୀକାନ୍ତ ଠିକ୍ ଅଛନ୍ତି । 

  • Tags:

Subscribe

National International State Sports Entertainment