କିଛିଦିନ ପୂର୍ବରୁ 2ଟି ଓଡ଼ିଆ ଚଳଚିତ୍ରକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗିରହିଥିଲା | ଗୋଟେ ହେଲା ଓଲିଉଡ଼ ଅଭିନେତା ବାବୁସାନ ମହାନ୍ତିଙ୍କ "ଦମନ" ଓ ଅନ୍ୟଟି ହେଉଛି ଦ୍ବିପନିତ ଦାସମହାପାତ୍ରଙ୍କ "ପ୍ରତୀକ୍ଷା" | ମାଲକାନଗିରି ଜିଲ୍ଲାରେ ମ୍ୟାଲେରିଆ ବ୍ୟାପିଥିବା ବେଳେ 2015 ରେ ଡାକ୍ତର ଓମକାର ହୋତାଙ୍କ ସଂଘର୍ଷମୟ କାହାଣୀ ଉପରେ ପର୍ଯ୍ୟବେସିତ ଦମନ ଚଳଚ୍ଚିତ୍ରଟି ହୋଇଥିବା ବେଳେ ଜଣେ ମଧ୍ୟବିତ୍ତ ପରିବାରର ଜୀବନକାହାଣୀ କୁ ନେଇ ପ୍ରତୀକ୍ଷା ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା | ଜାତୀୟ ସ୍ତରରେ ମଧ୍ୟ ବହୁ ବଡ ବଡ ବ୍ୟକ୍ତିବିଶେଷଙ୍କ ଠାରୁ ଏହି ଚଳଚ୍ଚିତ୍ର କୁ ନେଇ ଅନେକ ପ୍ରଶଂସା ମିଳିଥିଲା |
ତେବେ କିଛିଦିନ ତଳେ ଭାରତର 2 ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା କମଲ ହାସନ ଓ ଏସ ଏସ ରାଜା ମୌଲି ଓ ଅନ୍ୟମାନେ ଏକାଠି ବସି ଦମନ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିଥିଲେ | "ନିକଟରେ ଏକ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି କିନ୍ତୁ ତାର ନାଁ ଦୁର୍ଭାଗ୍ୟବଶତ ମୁଁ ଭୁଲିଯାଇଛି | କିନ୍ତୁ ଶୁଣିବାକୁ ପାଇଥିଲି ଯେ ତାହାର ନାଁ ଚାରିଆଡେ ଢେର ଚର୍ଚ୍ଚାର ବିଷୟବସ୍ତୁ ଥିଲା " ବୋଲି ଜଣେ ଅଭିନେତା ଆଲୋଚନାରେ କହିଛନ୍ତି | ସିନେମାଟି ଚର୍ଚ୍ଚା ହେଲା କିନ୍ତୁ ନାଁ ନିଆଯାଇପାରିଲାନି ବୋଲି କିଛି ସିନେମା ପ୍ରେମୀଙ୍କୁ ନିରାଶ ହେବାକୁ ପଡିଥିଲା | ଏହି ଆଲୋଚନାର ଏକ ଭିଡିଓ ଲୋକପ୍ରିୟ ଅଭିନେତା ମନୋଜ ମିଶ୍ର ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି | ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ " ସିନେମା ଜଗତର ଏତେ ବଡ ବଡ ବ୍ୟକ୍ତିତ୍ୱ ଆମ ଓଡ଼ିଆ ଚଳଚିତ୍ର ବିଷୟରେ କଥା ହୋଇଥିବାରୁ ମୁ ଅତ୍ୟନ୍ତ ଆନନ୍ଦିତ " |