ରାଜ୍ କୁନ୍ଦ୍ରାଙ୍କ ଗିରଫ ପରେ ସୋସିଆଲ ମିଡିଆରେ ପତ୍ନୀ ଶିଲ୍ପା ସେଟ୍ଟୀଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା
Khabar Odisha:Shilpa-Sethi-shared-a-post-on-social-media-after-Raj-Kundras-arrest

ମୁମ୍ବାଇ, ଜୁଲାଇ ୨୩ (ଖବର ଓଡ଼ିଶା): ବଲିଉଡ୍ ର ଜଣାଶୁଣା ପ୍ରଡ୍ୟୁସର ତଥା ଫିଲ୍ମମେକର ରାଜ୍ କୁନ୍ଦ୍ରାଙ୍କୁ ଅଶ୍ଳିଳ ସିନେମା ତିଆରି କରୁଥିବା ଅଭିଯୋଗରେ ମୁମ୍ବାଇ ପୋଲିସ୍ ଗିରଫ କରିବା ପରେ ବଲିଉଡ୍ ରେ ହଇଚଇ ଦେଖାଦେଇଛି ।

ଏହାରି ମଧ୍ୟରେ ରାଜ୍ କୁନ୍ଦ୍ରାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଟାର୍ଗେଟ କରାଯାଇଛି ଏହି ମାମଲାରେ । ତେବେ ରାଜ୍ ଙ୍କ ଗିରଫ ପରଠାରୁ ଶିଳ୍ପା କୌଣସି ପ୍ରତିକ୍ରୀୟା ଦେଇନଥିବାରୁ ତାଙ୍କୁ ନେଇ ମଧ୍ୟ ବିବାଦ ବଢିଛି ।

ଏଭଳି ସମୟରେ ଆଜି ସୋସିଆଲ ମିଡିଆରେ ଶିଳ୍ପାଙ୍କ ଏକ ପୋଷ୍ଟ ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ପାଲଟିଛି । ରାଜ୍ କୁନ୍ଦ୍ରାଙ୍କ ଗିରଫ କରେ ପ୍ରଥମ ଥର ପାଇଁ ଶିଳ୍ପା ସେଟ୍ଟୀ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ।

ଶିଳ୍ପା ନିଜ ପୋଷ୍ଟରେ ଏକ ବହିର ଗୋଟିଏ ପୃଷ୍ଠାର ଫଟୋ ସେୟାର କରିଛନ୍ତି ଯେଉଁଥିରେ ଲେଖାଅଛି ଯେ ବିପଦ ସମୟରେ ବିଚଳିତ ନହୋଇ ସତର୍କ ରହିବାର ଆବଶ୍ୟକତା ଅଛି । ଆହୂରି ମଧ୍ୟ ସେହି ପୃଷ୍ଠାରେ ଉଲ୍ଲେଖ ରହିଛି ଯେ କ୍ରୋଧରେ ଆମେ ଏପରି ଲୋକଙ୍କ ଆଡକୁ ନଜର ପକାନ୍ତି,ଆମକୁ ଯେଉଁମାନେ ଆଘାତ ଦେଇଛନ୍ତି ,ଅସୁବିଧାରେ ଆମକୁ ପକାଇଛନ୍ତି । ଏଭଳି ପରିସ୍ଥିତିର ସାମ୍ନା କରିବାକୁ ଆମକୁ ବାଧ୍ୟ କରିଛନ୍ତି । ହେଲେ କ୍ରୋଧରେ ପଛକୁ ବା ଡରିକି ଆଗକୁ ଦେଖିବା ଉଚିତ୍ ନୁହେଁ । ବରଂ ଶାନ୍ତ ଓ ସ୍ଥିର ମନରେ ଚାରି ଆଡକୁ ନଜର ପକାଇବା ଉଚିତ୍ ।

ଏହି ପୋଷ୍ଟରେ ଶିଳ୍ପା ବିପଦ ସମୟରେ ନିଜ ଆତ୍ମ ବିଶ୍ୱାସ ଦୃଢ ରଖିବାର ବାର୍ତ୍ତା ଦେଉଥିବା ବେଳେ ଏବେ ଶିଳ୍ପାଙ୍କ ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

  • Tags:

Subscribe

National International State Sports Entertainment