ଲୋକପ୍ରିୟ ପୁରୁଖା ଅଭିନେତ୍ରୀ ଆଶା ପାରେଖ୍ ପାଇବେ ସର୍ବୋଚ୍ଚ ପୁରସ୍କାର "ଦାଦା ସାହେବ ଫାଲକେ ଆୱାଡ଼୍" ନୂଆଦିଲ୍ଲୀ ,ସେପ୍ଟେମ୍ବର 27(ଖବର ଓଡ଼ିଶା): Share story: ଲୋକପ୍ରିୟ ପୁରୁଖା ଅଭିନେତ୍ରୀ ଆଶା ପାରେଖ୍ ପାଇବେ ଦାଦା ସାହେବ ଫାଲକେ ଆୱାଡ଼୍ । ଦାଦା ସାହେବ ଫାଲକେ ଆୱାଡ଼୍ ହେଉଛି ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର । ତେଣୁ ବର୍ତ୍ତମାନ ତାଙ୍କୁ ଏହି ପୁରସ୍କାର ପ୍ରଦାନ ପାଇଁ ମନୋନିତ କରାଯାଇଛି । ୧୯୯୨ରେ ପଦ୍ମଶ୍ରୀ ପାଇଥିଲେ ୭୯ ବର୍ଷୀୟ ଆଶା । ୧୯୬୦ ଏବଂ ୧୯୭୦ ଦଶକରେ ଅନେକ ହିଟ୍ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଆଶା ପାରେଖ। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତାର ଉଚ୍ଚତାରେ ପହଞ୍ଚିବା ପରେ ମଧ୍ୟ ଅବିବାହିତ ରହିଥିଲେ। ତାଙ୍କର କେତେକ ସଫଳ ଫିଲ୍ମ ମଧ୍ୟରେ ଜବ୍ ପ୍ୟାର୍ କିସି ସେ ହୋତା ହୈ, ଦିଲ୍ ଦେକେ ଦେଖୋ, ତେସରି ମଞ୍ଜିଲ୍, ଲଭ୍ ଇନ୍ ଟୋକିଓ, ଆଏ ଦିନ୍ ବାହର କେ ଏବଂ କଟି ପତଙ୍ଗ ଅନ୍ତର୍ଭୁକ୍ତ। ବିବାହ ନକରିବା ବିଷୟରେ ଆଶା କହିଛନ୍ତି, ମୁଁ ଭାବୁଛି ମୋର ବିବାହ ହେବା ସ୍ଥିର ହୋଇନଥିଲା। ସତ କହିବାକୁ ଗଲେ, ମୋତେ ବିବାହ କରିବାକୁ ଏବଂ ପିଲା ଜନ୍ମ କରିବାକୁ ଭଲ ଲାଗେ, କିନ୍ତୁ ତାହା ହେବାର ନଥିଲା। ତଥାପି, ମୁଁ ଏଥିରେ ଆଦୌ ଦୁଃଖିତ ନୁହେଁ। ଖବର ଓଡ଼ିଶା, Reporter, 27/09/2022