ପଞ୍ଜାବୀ ସିନେ ଜଗତରେ ଶୋକର ଛାୟା, ସଡକ ଦୂର୍ଘଟଣାରେ ପ୍ରାଣ ହରାଇଲେ ପପୁଲାର ପଞ୍ଜାବୀ ସିଙ୍ଗର ଦିଲଜନ୍‌
Khabar Odisha:Popular-Punjabi-singer-Diljaan-dies-in-road-accident

ଅମୃତସର, ଏପ୍ରିଲ ୨ (ଖବର ଓଡ଼ିଶା): ଅମୃତସରର ଜାଣ୍ଡିଆଲା ଠାରେ ଏକ ଦୂର୍ଘଟଣାରେ ପଞ୍ଜାବୀ ଗାୟକ ଦିଲଜନଙ୍କର ମୃତ୍ୟୁ ଘଟିଛି । ଦିଲଜନ ଅନେକ ପଞ୍ଜାବୀ ଗୀତରେ ସ୍ୱର ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଗତକାଲି ପୂର୍ବାହ୍ନ ପ୍ରାୟ ୨ ଟା ସମୟରେ ଜିଟି ରୋଡ ଜାଣ୍ଡିଆଲା ଗୁରୁ ଠାରେ ଏକ ସଡ଼କ ଦୂର୍ଘଟଣାରେ ପଞ୍ଜାବର ପ୍ରସିଦ୍ଧ ଗାୟକ ଦିଲଜନଙ୍କ ମୃତ୍ୟୁ ଘଟିଛି । ପୋଲିସର ସୂଚନାନୁସାରେ, ସେ ତାଙ୍କ ମହିନ୍ଦ୍ରା KUV100 ଗାଡି ନମ୍ବର PB08DH3665 ରେ ଜଲନ୍ଦର ରୁ ଅମୃତସରକୁ ଯାଉଥିଲେ । ତାଙ୍କ ଗାଡି ରାସ୍ତାରେ ଯାଉଥିବା ଏକ ବଡ ଗାଡି କିମ୍ବା ଠିଆ ହେଇଥିବା ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । 

ଏହି କାରଣରୁ  ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ପୋଲିସର ସୂଚନାନୁସାରେ, ଯେତେବେଳେ ଏହି ଦୁର୍ଘଟଣା ଘଟିଥିଲା, ସେତେବେଳେ ଦିଲଜନ ଏକୁଟିଆ ଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଛି । ଦିଲଜନଙ୍କ ପତ୍ନୀ ଏବଂ ପିଲାମାନେ କାନାଡାରେ ଥିବାରୁ ମୃତ ଦେହର ପୋଷ୍ଟମର୍ଟମ ୫ ଏପ୍ରିଲରେ କରାଯିବ । 

ଦିଲଜନଙ୍କ ମୃତ୍ୟୁ ପଞ୍ଜାବୀ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ଏବଂ ଏହାକୁ କେବେବି ପୁରଣ କରାଯାଇପାରିବ ନାହିଁ ବୋଲି ଇଣ୍ଡଷ୍ଟ୍ରିର ନାମିଦାମୀ ଲୋକ ମତ ଦେଇଛନ୍ତି ।

  • Tags:

Subscribe

National International State Sports Entertainment