‘ଡାନ୍ସ ଦିଓ୍ବାନେ-୪’ର ଟାଇଟଲ ଜିତି ବିଜୟ ମୁକୁଟ ପିନ୍ଧିଛନ୍ତି ନିତିନ ଓ ଗୌରଗ। କଲର୍ସ ଚ୍ୟାନେଲର ଏହି ଲୋକପ୍ରିୟ ଶୋ'ର ଗତକାଲି ରାତିରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବାଜିମାତ କରିଥିଲେ ନିତିନ ଓ ଗୌରଗ। ଏହି ଅବସରରେ ବିଜେତାଙ୍କୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।
ସୂଚନା ଅନୁସାରେ, କଲର୍ସ ଚ୍ୟାନେଲର ସବୁଠାରୁ ଲୋକପ୍ରିୟ ଶୋ ଡାନ୍ସ ଦିଓ୍ବାନେ। ଯାହାର ସିଜନ-୪ ର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇସାରିଛି। ଯେଉଁଥିରେ ମାଧୁରୀ ଦୀକ୍ଷିତ ଓ ସୁନୀଲ ଶେଟ୍ଯୀଙ୍କ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ତେବେ ଗତକାଲି ହୋଇଥିବା ଫାଇନାଲରେ ୬ ଫାଇନାଲିଷ୍ଟ ଯୋଡ଼ିଙ୍କ ମଧ୍ୟ କଡ଼ା ଟକ୍କର ହୋଇଥିଲା। ଶେଷରେ ୫ ଯୋଡ଼ିଙ୍କୁ ପଛରେ ପକାଇ ନିତିନ-ଗୌରଗଙ୍କ ଯୋଡ଼ି ବିଜେତା ଟ୍ରଫି ହାସଲ କରିଛନ୍ତି। ବେଙ୍ଗାଲୁରୁର ନିତିନ ଓ ଦିଲ୍ଲୀର ଗୌରବ ଏହି କାର୍ଯ୍ୟକ୍ରମରେ ପ୍ରଥମରୁ ହିଁ ପରସ୍ପରଙ୍କୁ ସାହାଯ୍ୟ କରି ଆସୁଥିଲେ ଏବଂ ନିଜ ଦମ୍ଦାର୍ ନୃତ୍ୟ ଜରିଆରେ ଦର୍ଶକଙ୍କ ସହ ବିଚାରକଙ୍କ ପ୍ରିୟ ହୋଇପାରିଥିଲେ। ଯେଉଁଥିପାଇଁ ସେ ‘ଡାନ୍ସ ଦିଓ୍ବାନେ-୪' ର ଟ୍ୟାଗ ଜିତିଛନ୍ତି।