ଦୁର୍ବ୍ୟବହାର ଆରୋପ ଲଗାଇ 15 ଲକ୍ଷ ଟଙ୍କା ଆଦାୟ ଅଭିଯୋଗ, ଅଭିନେତ୍ରୀ ସାରା ଶ୍ରବଣ ଗିରଫ
Khabar Odisha:National-news-Marathi-actor-Sara-Shrawan-held-in-Rs-15-lakh-extortion-case
ମୁମ୍ୱାଇ, ଡିସେମ୍ବର ୦୧ (ଖବର ଓଡ଼ିଶା):

ମରାଠୀ ଅଭିନେତ୍ରୀ ସାରା ଶ୍ରବଣ ନିଜର ଅଭିନୟକୁ ନେଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ଅଭିନୟ ଛଡା ସାରା ଶ୍ରବଣ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସାରା ଶ୍ରବଣଙ୍କୁ ପୁଲିସ କ୍ରମାଇବ୍ରାଞ୍ଚ ମୁମ୍ୱାଇରୁ ଗିରଫ କରିଛି । ସୂଚନାଯୋଗ୍ୟ ଯେ ଅଭିନେତ୍ରୀଙ୍କ ଉପରେ 15 ଲକ୍ଷ ଟଙ୍କା ଜବରଦସ୍ତି ଆଦାୟ କରିବା ଅଭିଯୋଗରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 

ସମ୍ୱାଦ ସରବରାହ ସଂସ୍ଥା ପିଟିଆଇ ଅନୁସାରେ, ସାରା ଶ୍ରବଣ ଏହି ମାମଲାରେ ଗିରଫ ହୋଇଥିବା ଚତୁର୍ଥ ଅଭିଯୁକ୍ତ । ସାରା ସୁଭାଷ ଯାଦବଙ୍କ ସହ ଏକ ଫିଲ୍ମରେ କାମ କରିଥିଲେ । ଫିଲ୍ମ ରିଲିଜ ହେବା ପରେ ସେ ସୁଭାଷ ଯାଦବଙ୍କ ଉପରେ ଦୁର୍ବ୍ୟବହାରର ଅଭିଯୋଗ ଆଣିଥିଲେ । 

ଜଣେ ପୁଲିସ ଅଧିକାରୀଙ୍କ ବୟାନ ଅନୁସାରେ, ମଧ୍ୟସ୍ଥ ରାମ ଜଗଦାଲେ ଏହି ମାମଲାର ସେଟଲମେଣ୍ଟ କରିବା ସୁଭାଷ ଯାଦବଙ୍କ ଠାରୁ 15 ଲକ୍ଷ ଟଙ୍କା ଦାବି କରୁଥିଲା । ଏହି ପୁରା ଘଟଣାକ୍ରମର ସୁଭାଷ ଯାଦବ ଭିଡିଓ ରେକଡିଂ କରିଥିଲେ । ଏଥିରେ ଅଭିଯୁକ୍ତ 15 ଲକ୍ଷ ଟଙ୍କା ମାଗୁଥିବା ଦେଖିବାକୁ ମିଳୁଛି । 

Subscribe

National International State Sports Entertainment