ଅନୁପମ ଖେରଙ୍କ ପରିବାରରେ ପଶିଲା କରୋନା
Khabar Odisha:National-Anupam-other-mother-Corona-positive
ନୂଆଦିଲ୍ଲୀ, ଜୁଲାଇ ୧୨ (ଖବର ଓଡ଼ିଶା):

 ବଲିଉଡ୍‌ ଷ୍ଟାର୍‌ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକଙ୍କୁ କରୋନା ପରେ ଏବେ ପୁଣି ଜଣେ ବଲିଉଡ୍ ଷ୍ଟାର୍‌ଙ୍କ ପରିବାରରେ କରୋନା। ଅଭିନେତା ଅନୁପମ୍ ଖେର୍‌ଙ୍କ ମାଆଙ୍କୁ କରୋନା ହୋଇଥିବା ନିଜେ ଅନୁପମ୍‌ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଏଥିସହିତ ଅନୁପମଙ୍କ ଭାଇ, ଭାଉଜ ଓ ଝିଆରୀଙ୍କୁ ବି କରୋନା ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନୁପମଙ୍କ ରିପୋର୍ଟ କିନ୍ତୁ ନେଗେଟିଭ ଆସିଛି।

ଅନୁପମଙ୍କ ମାଆଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଅନୁପମ ଖେର୍।

  • Tags:

Subscribe

National International State Sports Entertainment