ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାହ ବିବାଦ ପରେ ଆଉ ଥରେ ବାହା ହେଲେ କି ସାଂସଦ ଅନୁଭବ ମହାନ୍ତି ? ଅନୁଭବଙ୍କର ଏକ ବର ବେଶ ଭିଡିଓକୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି। ତେବେ ଏହା ରିଲ କି ରିଅଲ ତାହା ଜଣାପଡ଼ିନଥିବା ବେଳେ ଏହାକୁ ନେଇ ଅନୁଭବଙ୍କ ପ୍ରଶଂସକଙ୍କ ମଧ୍ୟରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି ମଧ୍ୟ |
ତେବେ ଭିଡିଓଟି ରେ ଅଭିନେତା ଅନୁଭବ ମହାନ୍ତି ବରବେଶରେ ଥିବା ବେଳେ ବୋହୂ ବେଶରେ ଅନ୍ୟ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳିଛି। ଭାଇରାଲ୍ ଫଟୋ ଓ ଭିଡିଓରୁ ଏହା ଏକ ବିବାହ ଉତ୍ସବ ପରି ମନେ ମନେ ହେଉଛି ଆଉ ଏପଟେ ଉତ୍ସବରେ ବହୁ ଲୋକଙ୍କୁ ମଧ୍ୟ ଏକାଠି ହୋଇଥିବା ଦେଖିବାକୁ ମିଳିଛି। ତେବେ ଏହା ଶୁଟିଂ ସେଟ୍ର ବୋଲି ମଧ୍ୟ କେତେକାଂଶରେ ଚର୍ଚ୍ଚା ହେଉଛି। ତେବେ ଦେଖିବାକୁ ବାକି ରହିଛି କି ପ୍ରକୃତରେ ଏହା ରିଲ କି ରିଅଲ |