ଖୁବ୍‌ଶୀଘ୍ର ବିବାହ ତାରିଖ ଘୋଷଣା କରିବେ କ୍ୟାଟ୍ରିନା ଓ ବିକ୍କି
Khabar Odisha:Katrina-and-Vicky-will-announce-their-wedding-soon
ନୂଆଦିଲ୍ଲୀ, ନଭେମ୍ବର ୨୦(ଖବର ଓଡିଶା):

ଏବେ ବଲିଉଡରେ ଇଣ୍ଡଷ୍ଟ୍ରୀରେ ସବୁଠାରୁ ଚର୍ଚ୍ଚିତ ଭାବେ ଗୋଟିଏ ବିଷୟକୁ ନେଇ ଆଲୋଚନା ହେଉଛି । ତାହା ହେଉଛି କ୍ୟାଟ୍ରିନା ଓ ବିକ୍କିଙ୍କ ବିବାହ । ବିବାହ ତାରିଖ ଯେତିକି ପାଖେଇ ଆସୁଛି ସେତିକି ଚର୍ଚ୍ଚା ହେଉଛି । ଡିସେମ୍ବର ୭ରୁ ୯ ତାରିଖ ମଧ୍ୟରେ ଉଭୟଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ସେମାନଙ୍କ ବିବାହ ସହିତ ଜଡିତ ଅନେକ ପ୍ରକାରର ଖବର ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି । 

ଯେଉଁଥିରେ ଅତିଥିଙ୍କ ତାଲିକା ଠାରୁ ଆରମ୍ଭ କରି ଅତିଥିଙ୍କ ରହିବା ବ୍ୟବସ୍ଥା ଯାଏଁ ସମସ୍ତ ଖବର ଶୁଣାଯାଉଛି । ଯୋଧପୁରର ବିଳାସପୂର୍ଣ୍ଣ ଦୁର୍ଗରେ ଏହି ବିବାହ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଶୁଣିବାକୁ ମିଳୁଛି । ପ୍ରଶଂସକମାନେ ସେମାନଙ୍କର ବିବାହର ଅଫିସିଆଲ ଘୋଷଣାକୁ ଆଗ୍ରହ ସହିତ ଅପେକ୍ଷା କରିଛନ୍ତି । 

ମାତ୍ର ବର୍ତ୍ତମାନ ଏହି ଦମ୍ପତି ତାଙ୍କ ବିବାହ ସମ୍ପର୍କକୁ ସମସ୍ତଙ୍କ ସାମ୍ନାରେ ଅଫିସିଆଲ ଭାବେ ଘୋଷଣା କରିବାକୁ ଯାଉଛନ୍ତି । କ୍ୟାଟ୍ରିନାଙ୍କର ମଧ୍ୟ ତାଙ୍କ ବିବାହ ପୋଷାକ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅଭିନେତ୍ରୀ ତାଙ୍କ ଖାସ ନିକଟତର ବନ୍ଧୁଙ୍କ ପାଖରେ ପୋଷାକ ବାଛିଛନ୍ତି । 

  • Tags:

Subscribe

National International State Sports Entertainment