୪୭ ବର୍ଷ ବୟସରେ ପାଦ ରଖିଲେ ମିସ ୟୁନିଭର୍ସ ଲାରା ଦତ୍ତା। ପରିବାର ସହିତ ନିଜ ଜନ୍ମଦିନକୁ ବେଶ ଧୁମ ଧାମରେ ପାଳନ କରିଛନ୍ତି ଲାରା। ଏପରିକି ଆଜି ଜନ୍ମଦିନ ଉପଲକ୍ଷେ ଲାରାଙ୍କ ପାଇଁ ଫ୍ୟାନ୍ସଙ୍କ ଶୁଭେଚ୍ଛାର ସୁଅ ଛୁଟିଛି । ଏପରିକି ଅନେକ ଫ୍ୟାନ୍ସମାନେ ଲାରାଙ୍କ ପାଇଁ ମଧ୍ୟ କେକ କାଟି ବଡେ ସେଲିବ୍ରେସନ କରିଛନ୍ତି। ଲାରା ଦତ୍ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ଟ୍ୟାଲେଣ୍ଟେଡ୍ ଏବଂ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରେ ଗଣନା କରାଯାଏ। ଲାରା ଭାରତରେ ଦ୍ବିତୀୟ ମହିଳା, ଯିଏ ମିସ୍ ୟୁନିଭର୍ସ ଟାଇଟଲ୍ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି।
‘ଅନ୍ଦାଜ’ ଚଳଚିତ୍ର ଡେବ୍ୟୁ କରିଥିଲେ ଲାରା। ଏହି ଫିଲ୍ମର ଗୀତ ‘ରବ୍ଦା ଇସ୍କ ନା ହୋଭେ’ ଶ୍ରୋତାଙ୍କୁ ଖୁବ ପସନ୍ଦ ଆସିଥିଲା। ଏହି ଚଳଚ୍ଚିତ୍ର ପାଇଁ ଲାରାଙ୍କୁ ବେଷ୍ଟ ଫିମେଲ୍ ଡେବ୍ୟୁ ପାଇଁ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଚଳଚିତ୍ରରେ ଏତେ ସଫଳତା ମିଳିବା ପରେ ସେ ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ତେବେ ଲାରା ବଲିଉଡରେ ଏତେଟା ସଫଳତା ମିଳିପାରିନଥିଲା କିନ୍ତୁ ଆଜି ମଧ୍ୟ ଲାରା ତାଙ୍କର ପୁରୁଣା କାହାଣୀ ଯୋଗୁଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି।