୪୫ ବର୍ଷରେ ବଲିଉଡ୍ ଅଭିନେତ୍ରୀ ସୁସ୍ମୀତା ସେନ୍ : ମହିଳାଙ୍କ ପାଇଁ ଉଦାହରଣ ସାଜିଛନ୍ତି ଏହି ଅଭିନେତ୍ରୀ
Khabar Odisha:Happy-Birth-Day-Sushmita-Sen

ମୁମ୍ବାଇ : ବଲିଉଡ୍ ର ଏକ ଚର୍ଚ୍ଚିତ ଚେହେରା ତଥା ଅଭିନେତ୍ରୀ ସୁସ୍ମିତା ସେନ୍ ଆଜି ୪୫ ବର୍ଷରେ ପାଦ ଦେଇଛନ୍ତି । ଦୀର୍ଘ ସମୟ ଧରି ବଲିଉଡ୍ ରୁ ଦୂରେଇ ଥିଲେ ମଧ୍ୟ ସବୁ ସମୟରେ ଲାଇମ୍ ଲାଇଟ୍ ରେ ରହି ଆସିଛନ୍ତି ଏହି ଅଭିନେତ୍ରୀ ।

୧୯୭୫ ଆଜିର ଦିନରେ ଜନ୍ମ ହୋଇଥିଲେ ସୁସ୍ମୀତା । ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ସୁସ୍ମୀତା ତଥାପି କୋଳେଇ ନେଇଛନ୍ତି ଦୁଇ ଅନାଥ ଶିଶୁଙ୍କୁ ଯାହା ବର୍ତମାନ ସମୟରେ ମହିଳାଙ୍କ ପାଇଁ ଏକ ବଳିଷ୍ଟ ଉଦାହରଣ ହୋଇଛି ।

ନିଜେ ଶସକ୍ତ ହୋଇ ଓ ନିଜେ ଜଣେ ମହିଳା ହୋଇ ଅବିବାହିତ ରହି ଦୁଇ ଶିଶୁ କନ୍ୟାଙ୍କୁ ସନ୍ତାନ ରୂପେ ଗ୍ରହଣ କରିବା ତାଙ୍କ ସମ୍ମାନ ଦ୍ୱିଗୁଣିତ କରିଛି ।

ସୁସ୍ମୀତା ହାଇଦ୍ରାବାଦ୍ ରେ ଜନ୍ମଗ୍ରହଣ କରିଥିବା ବେଳେ ତାଙ୍କ ବାପା ଜଣେ ଆର୍ମି ଅଫିସର ଓ ମା ଜଣେ ଜ୍ୱେଲେରୀ ଡିଜାଇନର । ସୁସ୍ମୀତାଙ୍କର ଆଉ ଜଣେ ଭାଇ ମଧ୍ୟ ଅଛନ୍ତି । ବର୍ତମାନ ସୁସ୍ମୀତା ନିଜ ଦୁଇ ଝିଅ ଓ ପରିବାର ସହିତ ମୁମ୍ବାଇରେ ରହୁଛନ୍ତି ।

ତେବେ ଦୀର୍ଘ ସମୟ ଧରି ବଲିଉଡ୍ ରୁ ଦୂରରେ ଥିବା ଏହି ଅଭିନେତ୍ରୀ କିନ୍ତୁ ଚଳିତ ବର୍ଷ ପୁଣି ଥରେ ଅଭିନୟ ଦୁନିଆରେ ପାଦ ଦେଇଛନ୍ତି । ନିକଟରେ ଏକ ୱେବ୍ ସିରିଜ୍ ଆର‌୍ୟା ମାଧ୍ୟମରେ ପୁଣି ଥରେ ଦର୍ଶକଙ୍କ ନିକଟରେ ପହଞ୍ଚିଛନ୍ତି ସୁସ୍ମୀତା ।

  • Tags:

Subscribe

National International State Sports Entertainment