ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ, ଆତ୍ମହତ୍ୟା କରିଥିଲେ ସୁଶାନ୍ତ ସିଂହ ରାଜପୁତ, ଆଜି ଅନ୍ତିମ ସଂସ୍କାର
Khabar Odisha:Entertainment-Sushant-Singh-Rajput-postmortem-report-clearly-says-it-was-suicide

ନୂଆଦିଲ୍ଲୀ, ଜୁନ ୧୫ (ଖବର ଓଡ଼ିଶା): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହି ଖବର ଜାତୀୟ ଗଣମାଧ୍ୟମର ରିପୋର୍ଟ କରିଛି । ଜୁନ ୧୪ (ରବିବାର) ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ମିଳିବା ପରେ ସମଗ୍ର ଭାରତ ସ୍ତବ୍ଧ ହୋଇଯାଇଥିଲା । ତାଙ୍କର ମୃତ୍ୟୁ ନେଇ ସମସ୍ତେ ସନ୍ଦେହରେ ଥିଲେ । ଆତ୍ମହତ୍ୟା ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା । ପ୍ରାରମ୍ଭିକ ତଦନ୍ତ ପାଇଁ ପୋଲିସ ମୃତଦେହ ପୋଷ୍ଟମର୍ଟମ ପାଇ ନେଇଥିଲା । ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସେ ଆତ୍ମହତ୍ୟା କରିଥିଲେ ବୋଲି ଜଣାପଡ଼ିଛି । 

ମୁମ୍ବାଇ ଜୁହୁସ୍ଥିତ କପୂର ହସ୍ପିଟାଲରେ ତାଙ୍କର ମୃତଦେହ ପୋର୍ଷ୍ଟମର୍ଟମ କରାଯାଇଛି । ରିପୋର୍ଟରୁ ଜଣାଯାଇଛି ଯେ, ସେ ଆତ୍ମହତ୍ୟା କରିଛନ୍ତି । ମାତ୍ର ସୁଶାନ୍ତଙ୍କ ଅଙ୍ଗପ୍ରତ୍ୟଙ୍ଗକୁ ଜେଜେ ହସ୍ପିଟାଲ ପଠାଯାଇଛି, ଯେଉଁଠାରେ ଅଙ୍ଗପ୍ରତ୍ୟଙ୍ଗ ପରୀକ୍ଷା ହେବ । ତାଙ୍କ ପରିବାର ଲୋକେ ମୁମ୍ବାଇ ପହଞ୍ଚିଥିବା ବେଳେ ଆଜି ଅନ୍ତିମ ସଂସ୍କାର ହେବ । 

ଜାଣନ୍ତୁ ଗତକାଲିଠାରୁ କ’ଣ ହୋଇଥିଲା

-ସୁଶାନ୍ତ ସିଂହ ଗତକାଲି ସକାଳ ୬ଟା ୩୦ରେ ଉଠିଥିଲେ

-ସାଢ଼େ ୯ଟାରେ ସେ ଡାଲିମ୍ବ ଜୁସ ପିଇଥିଲେ । ଏହା ପରେ ନିଜ କୋଠାରି ଭିତରେ ବନ୍ଦ ଥିଲେ

-ସାଢ଼େ ୧୦ଟାରେ କୁକ ପଚାରିବାକୁ ଯାଇଥିଲେ ଯେ, ମଧ୍ୟାହ୍ନ ଭୋଜନ କ’ଣ ହେବ । କିନ୍ତୁ ସୁଶାନ୍ତ କବାଟ ଖୋଲି ନଥିଲେ

-କୁକ ପୁଣି ଥରେ ୧୨ଟା ପଚାରିବାକୁ ଯାଇଥିଲେ, କିନ୍ତୁ କବାଟ ଭିତର ପାଶ୍ୱର୍ରୁ ବନ୍ଦ ଥିଲା

-ବହୁ ସମୟ ପର୍ଯ୍ୟନ୍ତ କବାଟ ପିଟିବା ଓ ଫୋନ କରିବା ପରେ ମଧ୍ୟ କୌଣସି ଜବାବ ମିଳି ନଥିଲା

-ଏହା ପରେ କୁକ ଓ ଅନ୍ୟ ୨ ଜଣ କର୍ମୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ

-ପାଖାପାଖି ସାଢ଼େ ୧୨ଟାରେ ସୁଶାନ୍ତଙ୍କ ଭଉଣୀଙ୍କୁ ଫୋନ କରାଯାଇଥିଲା

-ସୁଶାନ୍ତଙ୍କ ଭଉଣୀ ଗୋରେଗାଓରେ ରୁହନ୍ତି । ସୂଚନା ମିଳିବା ପରେ ସେ ୪୦ ମିନିଟ ଭିତରେ ବାନ୍ଦ୍ରା ପହଞ୍ଚି ଯାଇଥିଲେ । 

-ଭଉଣୀର ଫୋନକୁ ମଧ୍ୟ ଉଠାଇ ନଥିଲେ ସୁଶାନ୍ତ ସିଂହ ରାଜପୁତ

-ପାଖାପାଖି ୧ଟା ୧୫ରେ ତାଲା ଖୋଲିବା ପାଇଁ ଉଦ୍ୟମ କରି ବିଫଳ ହେଲେ

-ଅପରାହ୍ନ ସାଢ଼େ ୩ଟାରେ ତାଙ୍କୁ ବିଏମସିର କପୂର ହସ୍ପିଟାଲ ନିଆଯାଇଥିଲା, ସେଠାରେ ୪ଟାରେ ମୃତ ଘୋଷଣା କରାଯାଇଥିଲା

-ପୋଷ୍ଟମର୍ଟମ ରିପୋର୍ଟରେ ଆତ୍ମହତ୍ୟା ବୋଲି କୁହାଯାଇଛି

 

  • Tags:

Subscribe

National International State Sports Entertainment