ଭାରତ ଆସିବେ ଜଷ୍ଟିନ୍ ବିବର! ଅକ୍ଟୋବରରେ ଦେବେ ପ୍ରସ୍ତୁତି, ଟିକେଟ୍ ୪୦୦୦ ଟଙ୍କାରୁ ଆରମ୍ଭ
Khabar Odisha:Entertainment-Justin-Beiber-to-perform-in-India-in-October-more-deets-inside

ୱାଶିଂଟନ୍‌, ଜୁଲାଇ ୨୦ (ଖବର ଓଡ଼ିଶା): ଗାୟକ ଜଷ୍ଟିନ୍ ବିବରଙ୍କ ପ୍ରଶଂସକଙ୍କ ପାଇଁ ଖୁସିଖବର ଆସିଛି । ଜଷ୍ଟିନ୍ ବିବର ବିଶ୍ୱ ଭ୍ରମଣରେ ବାହାରିବେ । ଭାରତରେ ନିଜର ପ୍ରସ୍ତୁତି ଦେବେ । ଆସନ୍ତା ଅକ୍ଟୋବର ମାସରେ ଜଷ୍ଟିନବିବର ଭାରତ ଆସିବାର କାର୍ଯ୍ୟକ୍ରମ ହୋଇଛି । ଏହା ପୂର୍ବରୁ ଜଷ୍ଟିନ ଅନେକ ଥର ନିଜର ଶୋ’ ବାତିଲ କରିଛନ୍ତି । କାରଣ ମୁହଁରେ ପାରାଲିସି ହେବାରୁ ସେ ଦୀର୍ଘ ଦିନ ହେଲା ଚିକିତ୍ସିତ ହେଉଥିଲେ । ସେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ସାମ୍ନାକୁ ଆସିପାରି ନ ଥିଲେ । 

ବିଶ୍ୱ ଭ୍ରମଣ ଅବସରରେ ଜଷ୍ଟିନ୍ ଆସନ୍ତା ଅକ୍ଟୋବର ମାସ ୧୮ ତାରିଖରେ ଭାରତ ଗସ୍ତରେ ଆସିବେ । ସେ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ପ୍ରସ୍ତୁତି ଦେବେ । ଏହି କନର୍ସଟରେ ସାମିଲ ହେବା ପାଇଁ ଦର୍ଶକଙ୍କୁ ୪୦୦୦ ଟଙ୍କାରୁ ଟିକେଟ ମିଳିଯିବ । ସୋମବାର ଗାୟକ ଉସହର ଗଣମାଧ୍ୟମକୁ କହିଛନ୍ତି ଯେ, କାନାଡାର ପପ୍ ସିଙ୍ଗର ଭଲ କରୁଛନ୍ତି । ଜଣେ କଳାକାର ଭାବେ ତାଙ୍କର ଅଭିଜ୍ଞତା ରହିଛି । ଗତ ମାସ ଠାରୁ ବିବର ସୁସ୍ଥ ହୋଇଯାଇଛନ୍ତି । 

 

  • Tags:

Subscribe

National International State Sports Entertainment