ନୂଆଦିଲ୍ଲୀ, ଏପ୍ରିଲ ୧୮ (ଖବର ଓଡ଼ିଶା): ଧାରାବାହିକର ଲୋକପ୍ରିୟ ରାମ-ସୀତା ଯୋଡ଼ି ଗୁରମୀତ ଚୌଧୁରୀ ଓ ଦେବିନା ବାନାର୍ଜୀଙ୍କ ଘରକୁ ନୂଆ ଅତିଥି ଆସିଛି । ଉଭୟଙ୍କର ବିବାହର ୧୧ ବର୍ଷ ପରେ କନ୍ୟା ସନ୍ତାନ ଜନ୍ମ ହୋଇଛି । ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଉଭୟ ଗର୍ଭବତୀ ନେଇ ଖବର ଦେଇଥିଲେ । ଏବେ ତାଙ୍କ ଘରେ ଶିଶୁକନ୍ୟା ଜନ୍ମ ନେଇଛି । ଦେବିନା ବାନାର୍ଜୀ ଓ ଗୁରମୀତ ଚୌଧୁରୀଙ୍କ ଜୀବନ ଖୁସିରେ ଉଛୁଳି ପଡୁଛି । କିନ୍ତୁ ଆପଣଙ୍କ ଜାଣି ରଖିବାକୁ ହେବ ଯେ, ଏହି ଶିଶୁ ସହଜରେ ଜନ୍ମଗ୍ରହଣ କରିନାହିଁ ।
ବିବାହର ୧୧ ବର୍ଷ ପରେ ତାଙ୍କର ଘରେ ଶିଶୁର କ୍ରନ୍ଦନ ଶୁଭିଛି । ଏହି ୧୧ ବର୍ଷ ମଧ୍ୟରେ ଦେବିନାଙ୍କୁ ବହୁତ ଅଯଥା କଥା ଶୁଣିବାକୁ ମିଳିଛି । ସମାଜର ଲୋକେ ତାଙ୍କୁ ଅନେକ କଥା କହିଛନ୍ତି । କିନ୍ତୁ ତାଙ୍କର ମେଡିକାଲ ସମସ୍ୟା ବିଷୟରେ ଅନ୍ୟମାନେ ଜାଣି ନଥିଲେ । ସେମାନଙ୍କୁ ଅନ୍ୟମାନେ ଜାଣି ନଥିଲେ ଯେ, କେଉଁ କାରଣରୁ ଘରକୁ ନୂଆ ଅତିଥିଟିଏ ଆସୁନାହିଁ । ଦେବିନା କହିଛନ୍ତି ଯେ, ତାଙ୍କୁ ଲୋକେ ନାନା କଥା କହୁଥିଲେ । ଏକ ପ୍ରକାର ମାନସିକ ଚାପ ପକାଉଥିଲେ । ନିଜର ଦୁଃଖ ଦିନକୁ ମନେ ପକାଇ ସେ କହିଛନ୍ତି ଯେ, ଯଦି କେହି ଆପଣଙ୍କ ଉପରେ ଅଯଥାରେ ଚାପ ପ୍ରୟୋଗ କରୁଛି, ତା’ହେଲେ ଏଭଳି କରିବାକୁ ସୁଯୋଗ ଦିଅନ୍ତୁ ନାହିଁ ।