ଡ଼ିସେମ୍ବର 1ରେ ରିଲିଜ ହୋଇଛି ବଲିଉଡ୍ ର ଚକୋଲେଟ ବଏ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' । ଯାହାର ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି ଦର୍ଶକମାନଙ୍କ ମଧ୍ୟରେ । ରିଲିଜ ପରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାକୁ ଆରମ୍ଭ କରିଛି 'ଆନିମଲ' । ଫିଲ୍ମକୁ ଜବରଦସ୍ତ ରେସ୍ପନ୍ସ ମିଳୁଛି ଦର୍ଶକଙ୍କର। ତେବେ ଧିରେ ଧିରେ ଏହି ଫିଲ୍ମର ଡିମାଣ୍ଡ ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ ଦର୍ଶକମାନେ ଅଭିନେତା ରଣବୀର କପୁରଙ୍କୁ ଚକୋଲେଟ ବଏ ରୋଲରେ ଦେଖିଥିଲେ । ହେଲେ ପ୍ରଥମ ଥର ପାଇଁ ରଣବୀରଙ୍କ ଏପରି Wild ଅଭିନୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଫ୍ୟାନ୍ସମାନେ । ଏହାସହ ଏହି ବବି ଦେଓଲ ଫିଲ୍ମକୁ ଚାର ଚାନ୍ଦ ଲଗେଇଛନ୍ତି । ଏହି ଫିଲ୍ମରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ସହ ରଣବୀର କପୁରଙ୍କ ଆକ୍ସନ ବେଶ ପସନ୍ଦ ଆସିଛି ଦର୍ଶକଙ୍କୁ ।
ଏହାସହ ଅଭିନେତ୍ରୀ ରଶ୍ମିକାଙ୍କ ସହ ରଣବୀର କପୁରଙ୍କ ରୋମାନ୍ସ ମଧ୍ୟ ଦର୍ଶକଙ୍କ ମନକୁ ଜିତି ପାରିଛି । ପ୍ରଥମ ଦିନ 60 କୋଟି ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ‘ଆନିମଲ୍’ ୬୬ କୋଟି ଟଙ୍କା ରୋଜଗାର କରିଛି। ଫଳରେ ରଣବୀର କପୁରଙ୍କ ଫିଲ୍ମ ଦୁଇ ଦିନରେ ୧୦୦ କୋଟି ଟଙ୍କା ଅତିକ୍ରମ କରି ୧୨୯.୮୦ କୋଟି ଟଙ୍କା କଲେକ୍ସନ କରିଛି। ଏହାସହ ହିନ୍ଦୀରେ ୫୪.୭୫ କୋଟି ଟଙ୍କା ଥିବା ବେଳେ ତେଲୁଗୁ ଭାଷାରେ ୮.୫୫ କୋଟି, କନ୍ନଡରେ ୯ ଲକ୍ଷ, ତାମିଲରେ ୪ ଲକ୍ଷ ଏବଂ ମାଲାୟାଲମ୍ରେ ୧ ଲକ୍ଷ ଟଙ୍କା ଆୟ କରିବାରେ ସଫଳ ହୋଇଛି । ତେବେ ଶେଷ ଦିନରେ ଫିଲ୍ମଟି କେତେ କଲେକ୍ସନ କରିବ ତାହା ଉପରେ ନଜର ରହିଲା ।