'ଆର୍ଟିକିଲ ୩୭୦' ଉଚ୍ଛେଦ ପଛର କାହାଣୀ ଏବଂ ଏହାକୁ ନେଇ ଯେଉଁ ବିବାଦ ଦେଖାଯାଇଥିଲା ତାକୁ ନେଇ ନିର୍ମାଣ କରାଯାଇଥିବା ଚଳଚ୍ଚିତ୍ର ‘ଆର୍ଟିକିଲ ୩୭୦’ ଫେବୃଆରୀ ୨୩ରେ ରିଲିଜ ହୋଇଯାଇଛି। ଏହି ଚଳଚିତ୍ରକୁ ଦର୍ଶକ ମାନେ ଖୁବ ପସନ୍ଦ କରିବା ସହ ଗତ ୪ଦିନ ମଧ୍ୟରେ ଏହା ବକ୍ସ ଅଫିସରେ ବହୁତ ଭଲ ଆୟ କରିଥିବା ସୂଚନା ମିଳିଛି। ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବାରୁ ଦର୍ଶକମାନେ ଏହାକୁ ଦେଖିବା ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। 
ଏହି ଫିଲ୍ମରେ ‘ଆର୍ଟିକିଲ ୩୭୦’ ଉଚ୍ଛେଦ କରିବା ପାଇଁ ଭାରତ ସରକାର କିପରି କଠୋର ପରିଶ୍ରମ କରିଥିଲେ ଏବଂ କିପରି ଏହାକୁ ଉଚ୍ଛେଦ କରାଯାଇଥିଲା, ତାହା ଦେଖିବାକୁ ମିଳିଥିବା ବେଳେ ଫିଲ୍ମର ପ୍ରଯୋଜନା ଆଦିତ୍ୟ ଧର କରିଛନ୍ତି। ତେବେ ଏହି ଫିଲ୍ମରେ ଅଭିନେତ୍ରୀ ୟାମୀ ଗୌତମଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି। ୟାମୀଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଅରୁଣ ଗୋଭିଲ, ପ୍ରିୟା ମଣି ଓ ବୈଭବ ତତୱାଡିଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିଛି।
ଫିଲ୍ମଟି ପ୍ରଥମ ଦିନରେ ୬.୧୨ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ୯.୫୦ କୋଟିରେ ପହଞ୍ଚିଥିଲା। ତେବେ ଏପର୍ଯ୍ୟନ୍ତ, ମାତ୍ର ଚାରି ଦିନ ମଧ୍ୟରେ ଫିଲ୍ମଟି ପ୍ରାୟ ୨୫.୪୫କୋଟି ଟଙ୍କା ସଂଗ୍ରହ କରିସାରିଲାଣି। ଗତ ୪ଦିନରେ ଫିଲ୍ମର ଆୟକୁ ଦେଖି ଲାଗୁଛି, ଏହା ସୁପରହିଟ୍ ହେବ।
 
ଅଧିକ ପଢନ୍ତୁ: ଓଡ଼ିଶା ଆସିବେ ମହାମହିମ: ବ୍ଲୁ ବୁକ୍ SOP ଅନୁସାରେ ସୁରକ୍ଷା ବ୍ୟବସ୍ଥା