କରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଖିଲାଡୀ ଷ୍ଟାର ଅକ୍ଷୟ କୁମାର । ସେ ନିଜେ ଏନେଇ ଟ୍ୱିଟରରେ ସୁଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ କୋଭିଡ-୧୯ ପଜିଟିଭ ହୋଇ ଏବେ ମୁଁ ହୋମ କ୍ଵାରାଣ୍ଟିନରେ ଅଛି । ତେଣୁ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜେ ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି । ଗତକିଛି ଦିନ ହେବ ତାଙ୍କ ନିକଟରୁ କରୋନା ଲକ୍ଷଣ ଦେଖାଯିବା ହେତୁ ସେ କରୋନା ପରୀକ୍ଷା କରାଇଥିଲେ ଯେଉଁଥିରେ ସେ ପଜିଟିଭ୍ ଥିବା ଆଜି ଜଣାପଡ଼ିଛି ।