ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ସଂକ୍ରମିତ, ରହିଲେ ହୋମକ୍ବାରେଣ୍ଟାଇନରେ
Khabar Odisha:Bollywood-actress-Alia-Bhatt-is-undergoing-treatment-at-home-quarantined
ମୁମ୍ବାଇ, ଏପ୍ରିଲ ୦୨ (ଖବର ଓଡ଼ିଶା):

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ବଲିଉଡ କଳାକାର ମଧ୍ୟ ପଜିଟିଭ ଚିହ୍ନଟ ହେଉଥିବା ଖବର ସାମ୍ନାକୁ ଆସିଛି  । ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।

ଫିଲ୍ମଫେୟାର ରିପୋର୍ଟ ମୁତାବକ, ଆଲିୟା ଭଟ୍ଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଡାକ୍ତରଙ୍କ ପରାମର୍ଶ ମାନି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିବା ସେ ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ।

କିଛି ଦିନ ତଳେ ତାଙ୍କ ବୟଫ୍ରେଣ୍ଡ ରଣବୀର କପୁର ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ରଣବୀର କପୁର ଓ ଆଲିଆ ଭଟ୍ଟ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି କାମ କରୁଛନ୍ତି । ମୁମ୍ବାଇରେ ସଂକ୍ରମଣ ବଢୁଥିବାରୁ ଅନେକ କଳାକାର କରୋନାରେ ସଂକ୍ରମିତ ହେଉଛନ୍ତି । ସୂଚନାଯୋଗ୍ୟ, ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ବାପ୍ପି ଲେହରି ମଧ୍ୟ କରୋନା ପଜିଟିଭ୍‌ ହୋଇଛନ୍ତି ।

  • Tags:

Subscribe

National International State Sports Entertainment