ଭୂତ ଖୋଜୁଛନ୍ତି ବଲିଉଡ୍ ର ଆଙ୍ଗ୍ରି ବୟ ଅର୍ଜୁନ କପୁର, ରିଲିଜ୍ ହେଲା ‘ଭୂତ୍ ପୋଲିସ୍‌’ ର ନୂଆ ପୋଷ୍ଟର
Khabar Odisha:Bhoot-Polices-New-Poster-Released

ମୁମ୍ବାଇ, ଜୁଲାଇ ୫ (ଖବର ଓଡ଼ିଶା): ରିଲିଜ୍ ହେଲା ମୋଷ୍ଟ ଆୱେଟେଡ୍ ଘୋଷ୍ଟ ହଣ୍ଟିଙ୍ଗ୍ ଫିଲ୍ମ ‘ଭୁତ୍ ପୋଲିସ୍‌’ ର ଆଉ ଏକ ନୂଆ ପୋଷ୍ଟର । ଏହି ପୋଷ୍ଟରରେ ପ୍ରଥମ ଥର ପାଇଁ ଅର୍ଜୁନ କପୁରଙ୍କ ଖତରନାକ୍ ଲୁକ୍ ସାମ୍ନାକୁ ଆସିଛି । 

ଅର୍ଜୁନ କପୁରଙ୍କ ଏହି ଲୁକ୍ କୁ ଦର୍ଶକ ବେଶ୍ ପ୍ରଶଂସା କରୁଥିବା ବେଳେ ପୋଷ୍ଟର ଟିରେ ଅର୍ଜୁନ ସମ୍ପୂର୍ଣ୍ଣ କଳା ଆଉଟଫିଟ୍ ସହିତ ହାତରେ ଏକ ମଶାଲ ଧରିଥିବାର ନଜର ଆସିଛନ୍ତି ।

ଫିଲ୍ମ ରେ ଅର୍ଜୁନ ଚିରୌଞ୍ଜି କ୍ୟାରେକ୍ଟର ପ୍ଲେ କରୁଥିବା ବେଳେ ସୈଫ ଅଲ୍ଲି ଖାନ୍‌, ୟାମି ଗୌତମ୍ ଓ ଜ୍ୟାକଲିନ୍ ଫରନାଣ୍ଡେଜ୍ ମଧ୍ୟ ନଜର ଆସିବେ ଲିଡ୍ ରୋଲ ରେ ।

ଫିଲ୍ମକୁ ପୱନ୍ କିରପଲାନି ନିର୍ଦ୍ଦେଶନା ଦେଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ ଫିଲ୍ଟି ଟି ଡିଜିନି ଓ ହଟଷ୍ଟାର ଭଳି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି । 

ପୂର୍ବରୁ ଅର୍ଜୁନ କପୁରଙ୍କ ଦୁଇଟି ଫିଲ୍ମ ‘ ସନ୍ଦିପ୍ ଅର୍ ପିଙ୍କି ଫରାର ସର୍ଦାର କା ଗ୍ରାଣ୍ଡସନ୍‌’ ଉଭୟ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇସାରିଛି, ଯାହାକୁ କି ଦର୍ଶକଙ୍କର ବେଶ୍ ଭଲ ରେସ୍ପନ୍ସ ମିଳିଥିଲା ତେବେ ‘ଭୂତ୍ ପୋଲିସ୍‌’ କୁ ମଧ୍ୟ ଆହୁରି ଭଲ ରେସ୍ପନ୍ସ ମିଳିବ ବୋଲି ଆମର ବିଶ୍ୱାସ ।

  • Tags:

Subscribe

National International State Sports Entertainment