ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହଓ୍ବାଲ ଙ୍କୁ କରୋନା
Khabar Odisha:Badminton-star-Saina-Nehwal-is-crowned
ନୂଆଦିଲ୍ଲୀ, ଜାନୁଆରୀ ୧୨ (ଖବର ଓଡ଼ିଶା):

କରୋନାରେ ଆକ୍ରାନ୍ତ ହେଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହଓ୍ବାଲ । ତେଣୁ ତାଙ୍କୁ ଡାକ୍ତରଖାନାର କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସାଇନା ଥାଇଲାଣ୍ଡ ଗସ୍ତରେ ଥିବାବେଳେ ସେଠାରେ କୋଭିଡ ପଜିଟିଭ ହୋଇଛନ୍ତି ୧୦ଦିନ ପାଇଁ ସାଇନାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

ଫଳରେ ଥାଇଲାଣ୍ଡରେ ବ୍ୟାଡମିଣ୍ଟନରେ ଭାଗ ନେବାକୁ ଯାଇଥିବା ସାଇନା ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ସାଇନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସ୍ବାମୀ ପାରୁପାଲୀ କଶ୍ୟପ ମଧ୍ୟ କାନାଡାର ଜେସନ ଆନ୍ଥୋନୀ ହୋ-ଶୁ ମ୍ୟାଚ୍‌ରୁ ଓହରି ଯାଇଛନ୍ତି । ସାଇନାଙ୍କ ନିକଟତର ଥିବାରୁ କଶ୍ୟପଙ୍କୁ ଆଉ ଏକ ରାଉଣ୍ଡ ପରୀକ୍ଷା ପାଇଁ ଡାକ୍ତରଖାନା ନିଆଯାଇଛି ।

  • Tags:

Subscribe

National International State Sports Entertainment