କ୍ରୁଜ ଡଗ୍ସ ଲିଙ୍କ ମାମଲା, ୩ ଦିନର ମାରାଥନ ଶୁଣାଣି ପରେ ଆର୍ଯ୍ୟନଙ୍କୁ ମିଳିଲା ଜାମିନ୍‌
Khabar Odisha:Aryan-was-released-on-bail-following-a-three-day-marathon-hearing-on-the-Cruise-Dogs-link
ମୁମ୍ବାଇ, ଅକ୍ଟୋବର ୨୮(ଖବର ଓଡିଶା):

ଆର୍ଯ୍ୟନ ଖାନଙ୍କୁ ମିଳିଲା ଜାମିନ । ଜାମିନ ପାଇଁ ତିନି ଦିନ ଶୁଣାଣି ପରେ ଆଜି ଆର୍ଯ୍ୟନଙ୍କୁ ମିଳିଛି ଜାମିନ । ବମ୍ବେ ହାଇକୋର୍ଟ ଆର୍ଯ୍ୟନଙ୍କୁ ଜାମିନ ଦେଇଛନ୍ତି । ପୋଲିସ ହେପାଜରେ ୨୬ ଦିନ ରହିବା ପରେ ଆଜି ଆର୍ଯ୍ୟନଙ୍କୁ ଜାମିନ୍ ମିଳିଛି । ଏହାସହିତ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ୍ ମର୍ଚ୍ଚାଣ୍ଡ ଏବଂ ମୁନ୍‌ମୁନ୍ ଧମେଚାଙ୍କୁ ମଧ୍ୟ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । 

ପୂର୍ବରୁ ଉଭୟ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଏବଂ ସେସନ କୋର୍ଟ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଅକ୍ଟୋବର ୨୦ରେ ଏନଡିପିଏସ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ଆର୍ଯ୍ୟନ ଖାନଙ୍କ ଓକିଲ ସତୀଶ ମାନଶିନ୍ଦେଙ୍କ ନେତୃତ୍ୱରେ ତାଙ୍କ ଟିମ୍ ହୋଇକୋର୍ଟରେ ପହଞ୍ଚିଥିଲେ । କୋର୍ଟ ଆକ୍ଟୋବର ୨୬କୁ ଶୁଣାଣି ତାରିଖ ଦେଇଥିଲେ । ହେଲେ ତାହାକୁ ସ୍ଥଗିତ ରଖା ଯାଇଥିଲା । 

ସୂଚନା ଅନୁସାରେ, ଆର୍ଯ୍ୟନ ଖାନଙ୍କୁ ଗତ ୩ ତାରିଖରୁ ଏନସିବି ଗିରଫ କରିଥିଲା । କ୍‌ୁଜରେ ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିବା ବେଳେ ଆର୍ଯ୍ୟନଙ୍କୁ ଏନସିବି ଧରିଥିଲା । ଆର୍ଯ୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ମଧ୍ୟ ତାଙ୍କ ବନ୍ଧୁ ଅରବାଜଙ୍କ ନିକଟରୁ ୬ ଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ଏନସିବି ଦର୍ଶାଇଥିଲା ।

  • Tags:

Subscribe

National International State Sports Entertainment