ବଢୁଛି ଆରୟନ୍ ଖାନ୍‌ଙ୍କ ଅଡୁଆ: ଧରାପଡିଲା ଆଉ ଏକ ସତ, ବର୍ଷ ବର୍ଷ ଧରି ଡ୍ରଗ୍ସ ନେଉଥିଲେ ଷ୍ଟାର ସନ୍‌
Khabar Odisha:Aryan-Khan-regular-consumer-of-drugs-says-NCB-compares-with-Rhea-Showik-case

ମୁମ୍ବାଇ, ଅକ୍ଟୋବର ୧୪(ଖବର ଓଡ଼ିଶା): ରେଭ୍ ପାର୍ଟିରୁ ଧରାପଡିଥିବା ସାହରୁଖ ଖାନ୍‌ଙ୍କ ପୁଅ ଆରୟନ୍ ଖାନ୍ ପାଇଁ ବଡୁଆ ବଢି ବଢି ଚାଲିଛି । ତଦନ୍ତ ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଡ୍ରଗ୍ସ ମାମଲାରେ ଛନ୍ଦି ହୋଇପଡିଥିବା ଏହି ଷ୍ଟାର ସନ୍ ଏବେ ନୁହେଁ ବରଂ ବର୍ଷ ବର୍ଷ ଧରି ବେଆଇନ୍ ଭାବରେ ଡ୍ରଗ୍ସ ସେବନ କରୁଥିଲେ ବୋଲି ଆଜି କୋର୍ଟରେ ଏନସିବି ପକ୍ଷରୁ ପ୍ରମାଣ ଦିଆଯାଇଛି ।

ଆଜି ମୁମ୍ବାଇ କୋର୍ଟରେ ଆରୟନ୍ ଖାନ୍‌ଙ୍କ ବେଲ୍ ହିଅରିଂ ଚାଲିଥିବା ବେଳେ ଏନସିବି ଏହି ତଥ୍ୟ ଉପସ୍ଥାନପ କରି ଆରୟନ୍ ଖାନ୍‌ଙ୍କ ଅଡୁଆ ବଢାଇ ଦେଇଛି ।

ଆରୟନ୍ ଖାନ୍ ୨୦ ବର୍ଷ ବୟସରୁ ହିଁ ଡ୍ରଗ୍ସର ଦୁନିଆରେ ପାଦ ଦେଇସାରିଥିବା ବେଳେ ନିଜ ସଉକ୍ ବଜାୟ ରଖିବା ପାଇଁ ଦେଶ ବାହାରେ ବହୁ ବଡ଼ ବଡ଼ ଦେଶରେ ଡ୍ରଗ୍ସ ନେଉଥିଲେ ବୋଲି ଏନସିବି କୋର୍ଟରେ ପ୍ରମାଣ ଦାଖଲ କରିଛି ।

ଦୀର୍ଘ ୪ ବର୍ଷ ଧରି ଆରୟନ୍ କ୍ରମାଗତ ଭାବରେ ଡ୍ରଗ୍ସ ସେବନ କରି ଆସୁଥିବା ସେ ନିଜେ ଏନସିବି ଆଗରେ ସ୍ୱିକାର କରିଥିଲେ । ଏହା ସହିତ ସେଦିନ କୃଜ୍ ପାର୍ଟିରେ ମଧ୍ୟ ଆରୟନ୍‌ଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡ୍ରଗ୍ସର ବ୍ୟବସ୍ଥା କରିଥିଲେ ଆରୟନ୍‌ଙ୍କ ଅତି ନିକଟତ୍ତର ବନ୍ଧୁ ଅର୍ବାଜ୍ ମର୍ଚ୍ଚଣ୍ଟ । 

ତେବେ ବର୍ତ୍ତମାନ କୋର୍ଟରେ ଆରୟନ୍ ଖାନ୍‌ଙ୍କ ଜାମିନ୍ ଆବେଦନର ଶୁଣାଣୀ ଚାଲିଥିବା ବେଳେ ଏନସିବି ପକ୍ଷରୁ ଦାଖଲ କରାଯାଇଥିବା ଏହି ସବୁ ତଥ୍ୟକୁ ନେଇ କୋର୍ଟ କଣ ରାୟ ଦେବେ ତାକୁ ନେଇ ବଢିଛି ଦ୍ୱନ୍ଦ ।

  • Tags:

Subscribe

National International State Sports Entertainment