ରବିବାର ପବିତ୍ର ଦୀପାବଳି ଦିନ ଚାଲିଥିଲା ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଆଇସିସି ଦିନିକିଆ ବିଶ୍ବକପ୍ର ୪୫ ତମ ଲିଗ୍ ମ୍ୟାଚ୍ । ଏହି ମ୍ୟାଚ୍ରେ ପୂର୍ବତନ କ୍ୟାପଟେନ ବିରାଟ କୋହଲି କେବଳ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିନାହାଁନ୍ତି ବରଂ ଅନେକ ବର୍ଷ ପରେ ବୋଲିଂ କରି ଗୋଟିଏ ୱିକେଟ୍ ମଧ୍ୟ ନେଇଥିଲେ। ଏହି ସମୟରେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ସ୍ଥିତ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସ୍ପଟ୍ ହୋଇଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । ତେବେ କାଲିର ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ଅତି ସହଜରେ ଜିତିଲା । ତେବେ '‘Best moment of the match’' ହେଉଛି wicket ନେବା ପରେ କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ପ୍ରତିକ୍ରିୟା, ଯାହା ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।
ଗତକାଲି ଚାଲିଥିବା ମ୍ୟାଚ୍ର ପ୍ରଥମେ ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । 'ମେନ୍ ଇନ ବ୍ଲୁ' ୪୧୦ ଟାର୍ଗେଟ ରଖିଥିଲା । ପ୍ରଥମ ଇନିଂସରେ ଶ୍ରେୟାସ ଆୟର ଓ କେଏଲ ରାହୁଲଙ୍କ ବ୍ୟାଟ୍ରୁ ଦମଦାର ଶତକ ଦେଖିବାକୁ ମିଳିଥିଲା । ସେପଟେ ଓପନିଂ ଯୋଡ଼ି ରୋହିତ ଶର୍ମା ଓ ଶୁବମନ ଗିଲ୍ଙ୍କ ସମେତ ବିରାଟ କୋହଲି ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତ ଏଯାବତ ୮ଟି ମ୍ୟାଚ୍ ଖେଳି ସବୁଥିରେ ବିଜୟ ହାସଲ କରିଥିବା ବେଳେ ରବିବାର ନେଦରଲ୍ୟାଣ୍ଡ ବିରୋଧରେ ନବମ ମ୍ୟାଚ୍ ଖେଳିଥିଲା । ସେପଟେ ଅପରାଜେୟ ଭାରତ ସେମିରେ ମଧ୍ୟ ପ୍ରବେଶ କରିସାରିଛି । ଆସନ୍ତା ୧୫ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ସେମି ଫାଇନାଲ ମ୍ୟାଚ୍ ।
ମ୍ୟାଚ ଚାଲିଥିବା ବେଳେ ବିରାଟ କୋହଲି ୱିକେଟ୍ ନେବା ମାତ୍ରେ ଅନୁଷ୍କା ଶର୍ମା ଷ୍ଟାଡିୟମରେ ଆନନ୍ଦରେ ଝୁମିଉଠିଥିଲେ । ସେ ଦର୍ଶକ ଗ୍ୟାଲେରୀରେ ବସି ବିରାଟଙ୍କ ବିଜୟ ଉତ୍ସବ ପାଳନ କରୁଥିବାର ଦେଖିବାକୁ ମିଳିଥିଲା। ତାଙ୍କ ମୁହଁରେ ଥିବା ଚମକ ଏବଂ ବଡ ହସ ଦେଖି ପ୍ରଶଂସକମାନେ ମଧ୍ୟ ତାଙ୍କୁ ଭଲପାଇବା ଦେବା ପାଇଁ ପଛଘୁଞ୍ଚା ଦେଲେ ନାହିଁ । ଏହି ସମୟ ମଧ୍ୟରେ ଅଭିନେତ୍ରୀ ଏକ ଗ୍ରେ ରଙ୍ଗର ସୁଟରେ ବହୁତ ସୁନ୍ଦର ଦେଖାଯାଉଥିଲେ । ସେଠାରେ ସେ ଭାରତ ଏବଂ ବିରାଟ କୁ ଚିଅର କରୁଥିବାର ଦେଖାଯାଇଛନ୍ତି । ଅନୁଷ୍କା ଏବଂ ବିରାଟଙ୍କ ସୁନ୍ଦର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି।
ରୁମର୍ ଅନୁଯାୟୀ ,ବିରାଟ କୋହଲି ଓ ଅନୁଷ୍କା ଶର୍ମା ଦ୍ଵିତୀୟ ଥର ମାତା ପିତା ହେବାକୁ ଯାଉଛନ୍ତି । ଗର୍ଭବତୀ ଥିବା ଖବର ଆସିବା ଦିନଠାରୁ ଅନୁଷ୍କା ଲାଇମଲାଇଟ୍ ରହିଛନ୍ତି। ନିକଟରେ ସେ ବାଙ୍ଗାଲୋରରେ ସ୍ୱାମୀ ଷ୍ଟାଡିଅମରେ ବିରାଟ କୋହଲିଙ୍କ ସହ ନଜର ଆସିଥିଲେ, ଯେଉଁଠାରେ ସେ ତାଙ୍କ ବେବି ବମ୍ପ୍ କୁ ଲୁଚାଉଥିବାର ଦେଖିବାକୁ ମିଳିଥିଲା । ହେଲେ ଏହାକୁ ନେଇ ଦମ୍ପତିଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ ।