A post shared by AnushkaSharma1588 (@anushkasharma)
ଏହି ଭିଡିଓ ରେ ଜିମ୍ ସେଣ୍ଟରରେ ଅନୁଷ୍କା ଓ ବିରାଟ ଗୋଟିଏ ଗୋଡ଼ରେ ଡ୍ୟାନ୍ସ କରୁଛନ୍ତି । ଦୁଇ ଜଣ ପ୍ରଥମେ ଡ୍ୟାନ୍ସ କରି ଏଣ୍ଟ୍ରି କରୁଛନ୍ତି। ଦୁଇ ଜଣ ପ୍ରବେଶ କରିବା ସମୟରେ ଡ୍ୟାନ୍ସର ଷ୍ଟାଇଲ୍ ଯେପରି ଏକା ସମୟରେ ରହୁଛି। ପରେ ଗୋଟିଏ ଗୋଡ଼ରେ ବିରାଟ ଓ ଅନୁଷ୍କାଙ୍କୁ ଡ୍ୟାନ୍ସ କରିବାର ଦେଖିବାକୁ ମିଳୁଛି। କିଛି କ୍ଷଣ ପରେ ବିରାଟ ଆଗକୁ ଝୁଙ୍କି ପଡ଼ି ଫ୍ରେମ୍ରୁ ବାହାରି ଯାଉଛନ୍ତି। ତାଙ୍କ ପଛରେ ହସି ହସି ଅନୁଷ୍କା ମଧ୍ୟ ଚାଲିଯାଉଛନ୍ତି। ସୋମବାର ଏହି ଭିଡିଓକୁ ଇନଷ୍ଟାଗ୍ରାମ ରିଲ୍ସରେ ସେୟାର କରିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ଭିଡିଓ ଟିରେ ଅନୁଷ୍କା ଲେଖିଥିଲେ, “ଡ୍ୟାନ୍ସ ପେ ଚାନ୍ସ ”, ଭିଡ଼ିଓ ସେୟାର ପରେ ଉଭୟଙ୍କ ଫ୍ୟାନ ମାନେ ନାଚ ଦେଖି ଖୁସି ହେବ ସହ ମଜାଦାର କମେଣ୍ଟ ଦେବା ଆରମ୍ଭ କରିଦେଇଛନ୍ତି |