ନୂଆଦିଲ୍ଲୀ: ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇଙ୍କୁ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି। ସେ ମେ ୧୪ ତାରିଖରେ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନର ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ମେ ୧୩ ତାରିଖରେ ଶେଷ ହେଉଛି।
-
ଆଇନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ଜଷ୍ଟିସ୍ ଗଭାଇଙ୍କୁ ଭାରତର ୫୨ତମ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତି ଘୋଷଣା କରିଛି।
ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ, ଏପ୍ରିଲ ୧୬ ତାରିଖରେ ମୁଖ୍ୟ ବିଚାରପତି ଖାନ୍ନା ତାଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ଜଷ୍ଟିସ୍ ଗଭାଇଙ୍କ କାର୍ଯ୍ୟକାଳ ଛଅ ମାସ ରହିବ ଏବଂ ସେ ଡିସେମ୍ବର ୨୩ ତାରିଖରେ ୬୫ ବର୍ଷ ବୟସରେ କାର୍ଯ୍ୟ ଛାଡିବେ। ବର୍ତ୍ତମାନର ମୁଖ୍ୟ ବିଚାରପତି ଖାନାଙ୍କ ପରେ ସେ ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି।
୨୪ ନଭେମ୍ବର ୧୯୬୦ ମସିହାରେ ଅମରାବତୀରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ଗଭାଇଙ୍କୁ ୧୪ ନଭେମ୍ବର ୨୦୦୩ ମସିହାରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ପଦୋନ୍ନତି ଦିଆଯାଇଥିଲା। ସେ ୧୨ ନଭେମ୍ବର ୨୦୦୫ ମସିହାରେ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ। ଜଷ୍ଟିସ୍ ଗଭାଇ ସୁପ୍ରିମକୋର୍ଟର ଅନେକ ସାମ୍ବିଧାନିକ ଖଣ୍ଡପୀଠର ଅଂଶ ଥିଲେ, ଯେଉଁମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୧୦୦ରୁ ଅଧିକ ଲୋକଙ୍କୁ ପଚରା ଉଚରା