ରାଗିଗଲେ ଡ୍ରାମା କୁଇନ୍ ରାଖୀ ସାୱନ୍ତ, କହିଲେ ‘ମୋ ଠାରୁ ଆଉ ମୋ ନାଁ ଠାରୁ ଦୂରେଇ ରୁହ’
Khabar Odisha:Angry-drama-queen-Rakhi-Sawant-said-Stay-away-from-me-and-my-name
ମୁମ୍ବାଇ, ସେପ୍ଟେମ୍ବର ୧୯(ଖବର ଓଡିଶା):

ଡ୍ରାମା କୁଇନ ରାଖୀ ସାୱନ୍ତ ଯିଏକି ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଏନଣ୍ଟରଟେନ୍‌ମେଣ୍ଟର ଭାବେ ବେଶ୍ ଜଣାଶୁଣା । ସେ ପ୍ରାୟତଃ କିଛି ନା କିଛି କାମ କରନ୍ତି ଯାହାକୁ ନେଇ ଚର୍ଚ୍ଚାରେ ମଧ୍ୟ ରୁହନ୍ତି । ଏହାରି ଭିତରେ ସେ କିଛି ନ କରିକି ବି ଚର୍ଚ୍ଚାକୁ ଆସିଛନ୍ତି । ପଞ୍ଜାବ ପଲିଟିକ୍ସରେ ଏବେ ରାଖୀ ସାୱନ୍ତଙ୍କ ନାଁ ଉଠିଛି । ନିକଟରେ ଆମ ଆଦମୀ ପାର୍ଟି ନେତା ରାଘବ ଚଡ୍ଡା କଂଗ୍ରେସ ନେତା ନବଜୋତି ସିଂହ ସିଦ୍ଧୁଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ସିନ୍ଧୁ ହେଉଛନ୍ତି ପଞ୍ଜାବ ରାଜନୀତିର ରାଖୀ ସାୱନ୍ତ । 

ଏନେଇ ରାଖୀ ସାୱନ୍ତ ପ୍ରତିକ୍ରିୟା ରଖିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ମୋ ଠାରୁ ଆଉ ମୋ ନାଁ ଠାକୁ ଦୂରେଇ ରୁହ । ମିଷ୍ଟର ଚଡ୍ଡା ଯଦି ତୁମୋ ମୋ ଗାଁ ନେବ ତାହେଲେ ମୁଁ ତୁମାର ଚଡ୍ଡା କାଢିଦେବି । ଟ୍ରେଣ୍ଡିଂରେ ଆସିବା ପାଇଁ ରାଘବ ଚଡ୍ଡା ମୋ ନାଁ ବ୍ୟବହାର କରୁଛନ୍ତି । ମୁଁ ଏବେ ଟ୍ରେଣ୍ଡିଂରେ ଅଛି । 

ଅନ୍ୟପଟେ ନିଜ ଇନଷ୍ଟା ପୋଷ୍ଟରେ ରାଖୀ ସାୱନ୍ତ ନିଜ ନାଁକୁ ନେି ହେଉଥିବା ରାଜନୀତି ବିଷୟରେ କହିଛନ୍ତି । ଏହାସହିତ ଏହାକୁ ନିଜର ଟ୍ୱିଟର ପେଜ୍‌ରେ ଶେୟାର କରିଛନ୍ତି । ନିଜ ନାଁକୁ ରାଜନୀତିରେ ବ୍ୟବହାର କରିବାକୁ ନେଇ ଡ୍ରାମା କୁଇନ ରାଖୀ ସାୱନ୍ତ ଖୁବ ରାଗିଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment