ଆରୟନ୍ ଖାନ୍‌ଙ୍କୁ ଜାମିନ୍ ନ ମିଳିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ଅଭିନେତା ହ୍ରିତିକ ରୋଶନ, କହିଲେ କିିଛି ଏପରି କଥା
Khabar Odisha:Actor-Hrithik-Roshan-lamented-the-lack-of-bail-for-Aryan-Khan-saying-something-like-this
ମୁମ୍ବାଇ,ଅକ୍ଟୋବର ୨୭(ଖବର ଓଡ଼ିଶା):

ଅକ୍ଟୋବର ୩ ରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନ୍ ଖାନଙ୍କୁ କ୍ରୁଜ ଡ଼୍ରଗ୍ସ ପାର୍ଟି ଉପରେ ଚଢାଉ ବେଳେ ଏନସିବି ଗିରଫ କରିଥିଲା। ସେବେ ଠାରୁ ବର୍ତ୍ତମାନ ପର‌୍ୟ୍ୟନ୍ତ କୋଟ୍‌ରେ ତାରିଖ ପରେ ତାରିଖ ଏବଂ ଦିନ ପରେ ଦିନ ଗଡ଼ୁଛି ହେଲେ ଆରୟନ୍ ଜାମିନ ପାଇପାରି ନାହାଁନ୍ତି।

ଏଥି ସହିତ, ଅନେକ ବଲିଉଡ ସେଲିବ୍ରେଟ୍ ଖୋଲାଖୋଲି ଭାବରେ ଏହି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରୁଥିବା ମଧ୍ୟ ସୋସିଆଲ୍ ମିଡ଼ିଆରେ ଦେଖାଯାଉଛି । ନିକଟରେ ଅଭିନେତା ହ୍ରିତିକ ରୋଶନ ଆରୟାନ୍ ଖାନଙ୍କ ସମର୍ଥନରେ ପୋଷ୍ଟ କରିଛନ୍ତି। ଏଥି ସହିତ, ବର୍ତ୍ତମାନ ହ୍ରିତିକ ଆରୟାନଙ୍କୁ ଜାମିନ ନ ମିଳିବା ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ଏହି ପୁରା ଘଟଣାରେ ଦୁୂଃଖ ପ୍ରକାଶ କରିଛନ୍ତି । କୋର୍ଟ ଦ୍ୱାରା ଆରୟନ୍ ଖାନଙ୍କ ଜାମିନ ଆବେଦନ ଅନେକ ଥର ପ୍ରତ୍ୟାଖ୍ୟାନ କରାଯାଇଛି ।

ଗତକାଲି ହ୍ରିତିକ ରୋଶନ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ସାମ୍ବାଦିକ ଫାଏ ଡି’ସୁଜାଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା । ଏହି ସାକ୍ଷାତକାର ଅନୁଯାୟୀ, କୁହାଯାଇଛି ଯେ ଆରୟନ୍ ମାମଲା ଚାଲୁଥିବା ଶୁଣାଣି ପୂର୍ବରୁ ସେ କହିଛନ୍ତି ଯେ କୋର୍ଟ ଏପରି ଅନେକ ଲୋକଙ୍କୁ ମୁକ୍ତ କରିଛି ଯେଉଁମାନେ ଆଗରୁ ଡ୍ରଗ୍ସ କାରବାରରେ ଫସିଛନ୍ତି । ଏହା ଉପରେ ହ୍ରିତିକ ରୋଶନ କହିଛନ୍ତି- 'ଯଦି ଏହି ଘଟଣା ସତ ତେବେ ଏହା ପ୍ରକୃତରେ ଦୁଃଖଦ ଘଟଣା ଅଟେ ।

  • Tags:

Subscribe

National International State Sports Entertainment