ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଶ୍ରେଷ୍ଠ ଅଭିନେତାଭାବେ ଫିଲ୍ମ ‘ଯବାନ’ ପାଇଁ ଶାହରୁଖ ଖାନ ଏବଂ ଟ୍ୱେଲଭଥ୍ ଫେଲ୍ (12th Fail)ରେ ନିଖୁଣ ଅଭିନୟ ପାଇଁ ବିକ୍ରାନ୍ତ ମେସୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ରାଣୀ ମୁଖାର୍ଜୀ ‘ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ’ରେ ଦମଦାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ।
ଶ୍ରେଷ୍ଠ ହିନ୍ଦୀ ଫିଲ୍ମ- କଟହଲ: ଏ ଜ୍ୟାକଫ୍ରୁଟ୍ ମିଷ୍ଟ୍ରୀ
ଶ୍ରେଷ୍ଠ ଫିଚର ଫିଲ୍ମ- ଟ୍ୱେଲଭଥ୍ ଫେଲ୍ (12th Fail)
ଶ୍ରେଷ୍ଠ ଅଭିନେତା- ଶାହରୁଖ ଖାନ ଏବଂ ବିକ୍ରାନ୍ତ ମେସୀ
ଶ୍ରେଷ୍ଠ ଅଭିନେତ୍ରୀ- ରାଣୀ ମୁଖାର୍ଜୀ
ଶ୍ରେଷ୍ଠ ନିର୍ଦ୍ଦେଶକ- ସୁଦୀପ୍ତୋ ସେନ (ଦ କେରଲା ଷ୍ଟୋରୀ)
ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ- ରକି ଓ ରାନୀ କି ପ୍ରେମ୍ କାହାନୀ
ଶ୍ରେଷ୍ଠ ଗାୟିକା- ଶିଳ୍ପା ରାଓ (ଚଲୈୟା-ଜବାନ)
ଶ୍ରେଷ୍ଠ ଗାୟକ- ପ୍ରେମୀଷ୍ଠୁନ୍ନା ( ବେବୀ-ତେଲୁଗୁ)
ଶ୍ରେଷ୍ଠ ସିନେମାଟୋଗ୍ରାଫୀ- ଦ କେରଲା ଷ୍ଟୋରୀ
ଶ୍ରେଷ୍ଠ କୋରିଓଗ୍ରାଫୀ- ଢିଂଢୋରା ବାଜେ ରେ ( ରକି ଅର୍ ରାନୀ କି ପ୍ରେମ୍ କାହାନୀ )