ଭୁବନେଶ୍ୱର: ନଭେମ୍ବର ୧୧ରେ ନୂଆପଡ଼ାରେ ହେବାକୁ ଯାଉଛି ଉପନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିଶନର (EC) ପ୍ରାର୍ଥୀଙ୍କୁ ଶୁକ୍ରବାର ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ନିଜ ଆପରାଧିକ ତଥ୍ୟ ପ୍ରକାଶ କରିବାକୁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଦ୍ରିତ ଗଣମାଧ୍ୟମ, ନିଜ ଅଫିସିଆଲ ସୋସିଆଲ ମିଡ଼ିଆରେ ତଥ୍ୟ ଦେବାକୁ ECଙ୍କ ପକ୍ଷରୁ କୁହାଯାଇଛି। ଏପରିକି ୱେବ୍ସାଇଇଟ ମାଧ୍ୟମରେ ମଧ୍ୟ ନିଜ ଆପରାଧିକ ତଥ୍ୟ ଦେଇପାରିବେ ବୋଲି ECଙ୍କ ପକ୍ଷରୁ ପ୍ରାର୍ଥୀଙ୍କୁ ଅବଗତ କରାଯାଇଛି।
ନାମାଙ୍କନର ଶେଷ ତାରିଖ ୨୦ ଅକ୍ଟୋବର ୨୦୨୫ (ସୋମବାର) ସୁଦ୍ଧା ଫର୍ମାଟ-ସିଏ (Format CA)କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଜରିଆରେ ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ୨୪ ଅକ୍ଟୋବର ୨୦୨୫ ସୁଦ୍ଧା ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଫର୍ମ ୭ ଏ(Form 7 - A)କୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ। ଉପରୋକ୍ତ ସମସ୍ତ ଦସ୍ତାବିଜ୍ camc-eci@eci.gov.in ଜରିଆରେ ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବେ।