ନୂଆପଡ଼ା ଉପନିର୍ବାଚନର ଫଳାଫଳ ଆସିଛି। ବର୍ତମାନ ସୁଦ୍ଧା ୨୫ ରାଉଣ୍ଡ ଗଣତି ସାରିଥିବା ବେଳେ ସବୁଠୁ ଆଗରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ରହିଛନ୍ତି। ତେବେ ଗତ ସାଧାରଣ ନିର୍ବାଚନ ଅପେକ୍ଷା ଏଥର ଉପନିର୍ବାଚନରେ ବାପା ରାଜେନ୍ଦ୍ର ଢୋଲକିଆଙ୍କ ରେକର୍ଡକୁ କାଟିଛନ୍ତି ପୁଅ ଜୟ ଢୋଲକିଆ। କାରଣ ଗତ ସାଧାରଣ ନିର୍ବାଚନରେ ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଭୋଟ୍ ପାଇଥିଲେ। ହେଲେ ଉପ ନିର୍ବାଚନରେ କିନ୍ତୁ ତାଙ୍କ ପୁଅ ଜୟ ଢୋଲକିଆ ବାପାଙ୍କୁ ଟପି ମାତ୍ର ୧୪ ରାଉଣ୍ଡ ସୁଦ୍ଧା ୬୮ ହଜାରରୁ ଅଧିକ ଭୋଟ୍ ପାଇସାରିଛନ୍ତି।
ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାରୁ ୩୩.୬୫ ପ୍ରତିଶତ ଭୋଟ୍ ପାଇବା ସହିତ ନିର୍ବାଚନ ଜିତିଥିଲେ। ସେତେବେଳେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ପାଖାପାଖି ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ। ହେଲେ ଏଥର ବାଏ-ଇଲେକ୍ସନରେ କିନ୍ତୁ ବିଜେପି ବାଜି ମାରିନେଇଛି। ବାପାଙ୍କୁ ଟପି ଜୟ ଢୋଲକିଆ ୬୮ ହଜାରରୁ ଅଧିକ ଭୋଟ୍ ପାଇଛନ୍ତି, ଆଉ ତାହା ବି ପୁଣି ମାତ୍ର ୧୪ ରାଉଣ୍ଡ ସୁଦ୍ଧା। ଟ୍ରେଣ୍ଡରୁ ମିଳିଥିବା ସୂଚନା ମୁତାବକ, ୧୪ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ୬୮ ହଜାର ୫୬୪ ଖଣ୍ଡ ଭୋଟ୍ ପାଇଛନ୍ତି। ଯାହାକି ତାଙ୍କ ରାଜେନ୍ଦ୍ର ଢୋଲକିଆଙ୍କ ୨୦୨୪ ଭୋଟ୍ ଠାରୁ ଢେର୍ ଅଧିକ।
ଅଧିକ ପଢନ୍ତୁ: ନୂଆପଡାରେ ଉପନିର୍ବାଚନରେ କାମରେ ଆସିଲାଣି ମାମୁଘର ରାଜନୀତି; ଜୟ ଢୋଲକିଆଙ୍କ ଠାରୁ ବହୁ ପଛରେ ରହିଲେ ସ୍ନେହାଙ୍ଗିନୀ
ସେହିପରି ବର୍ତମାନ ସୁଦ୍ଧା ୨୫ ରାଉଣ୍ଡର ଗଣତି ଶେଷ ହୋଇଛି, ଏଥିରେ ଜୟ ଢୋଲକିଆ ୧ଲକ୍ଷ ୨୦ ହଜାର ୪୬୬ ଭୋଟ ପାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ କଂଗ୍ରେସର ଘାସିରାମ ମାଝୀ ୩୯ ହଜାର ୮୫ ଭୋଟ ପାଇଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୭ହଜାର ୪୬୪ ଭୋଟ।