ଶ୍ରୀନଗର: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଆଜି, ଶନିବାର ଭୋଟ୍ ଗଣତି ଚାଲିଛି। ରିପୋର୍ଟ ଲେଖାଯିବା ବେଳକୁ ବିଜେପି ୪୫ରୁ ଅଧିକ ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ୨୦ରୁ ଅଧିକ ଆସନରେ ଆଗୁଆ ରହିଛି। ଫଳାଫଳ ଦିନ ବିରୋଧୀ ଶିବିରରେ ଫାଟ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ରିଟ୍ୱିଟ୍ କରି ଲେଖିଛନ୍ତି, ନିଜ ମଧ୍ୟରେ ଲଢ଼େଇ କର। ସୂଚନାଯୋଗ୍ୟ, ଓମାର ଅବଦୁଲ୍ଲା ପୂର୍ବରୁ ଆଇଏନଡିଏରେ ଫାଟକୁ ନେଇ ଚିନ୍ତା ପ୍ରକଟ କରିଥିଲେ।
ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ରିପୋର୍ଟ ଲେଖାଯିବା ବେଳକୁ ବିଜେପି ୪୨ଟି ଆସନରେ ଏବଂ ଆପ ପ୍ରାୟ ୨୭ଟି ଆସନରେ ଆଗୁଆ ଅଛି। ଆପ ନେତା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ପଛରେ ପଡ଼ିଯାଇଥିବା ପରି ମନେ ହେଉଛି।
ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ଟ୍ରେଣ୍ଡରୁ ଜଣାପଡ଼ୁଛି ଯେ ବିଜେପି ଆଗୁଆ ରହିଛି। ଅନ୍ୟପକ୍ଷରେ କେଜ୍ରିୱାଲ, ମୁଖ୍ୟମନ୍ତ୍ରୀ ଆତିଶୀ ଓ ମନୀଷ ସିସୋଦିଆଙ୍କ ସମେତ ଆମ୍ ଆଦମୀ ପାର୍ଟିର ଅନେକ ପ୍ରମୁଖ ଚେହେରା ପଛରେ ପଡ଼ିଛନ୍ତି। ଗତ ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀର ସମସ୍ତ ୭୦ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ ଏଥର ୬୦.୫୪ ପ୍ରତିଶତ ମତଦାନ ହୋଇଥିବା ବେଳେ ପୂର୍ବରୁ ୬୨.୬୦ ପ୍ରତିଶତ ମତଦାନ ହୋଇଥିଲା।
ଅଧିକ ପଢ଼ନ୍ତୁ: ନିଟ୍ ୟୁଜି ୨୦୨୫ ପାଇଁ ଏହି ତାରିଖ ସୁଦ୍ଧା ଆବେଦନ କରନ୍ତୁ ଛାତ୍ରଛାତ୍ରୀ