ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବ ଉଚ୍ଚଶିକ୍ଷା ବିଭାଗ, ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରୋଗ୍ରାମ ମାଧ୍ୟମରେ ଶିକ୍ଷାଗ୍ରହଣ କରିବେ ଛାତ୍ରଛାତ୍ରୀ
Khabar Odisha:state-odisha-college-students-will-clear-their-doubt-through-video-conferencing
ଭୁବନେଶ୍ଵର, ଜାନୁଆରୀ ୦୪ (ଖବର ଓଡିଶା) :

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଉଚ୍ଚଶିକ୍ଷା ବିଭାଗ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ ଓ ଅନୁଦାନ ପ୍ରାପ୍ତ କଲେଜ ଗୁଡିକରେ ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରୋଗ୍ରାମ ମାଧ୍ୟମରେ ଶିକ୍ଷାଦାନ କରାଯିବ। ଫଳରେ କ୍ଲାସରେ ଦିଆଯିବା ଲେକଚରକୁ ରେକର୍ଡ କରାଯିବ ଓ ଛାତ୍ରଛାତ୍ରୀମାନେ ଅନଲାଇନ ଜରିଆରେ ଏଥିରୁ ଶିକ୍ଷାଗ୍ରହଣ କରିପାରିବେ। ଆଜି ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରେ କାପାସିଟି ବିଲ୍ଡିଂ ୱର୍କସପ୍‌ରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ତି। 

ଏହି ୱର୍କସପ୍‌ରେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଓ ବରିଷ୍ଠ ଶିକ୍ଷାବିତ୍ ସସ୍ମିତ ପାଣି ଯୋଗଦେଇଥିଲେ । ଏତଦ୍ ବ୍ୟତୀତ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ କଲେଜର ଅଧ୍ୟକ୍ଷ ଓ ବରିଷ୍ଠ ଅଧ୍ୟାପକ ଯୋଗଦେଇଥିଲେ ।

ସୂଚନାନୁଯାୟୀ, କଲେଜ ଗୁଡିକରେ ଖାଲି ଥିବା ୬୦୬ ଅଧ୍ୟାପକ ପଦବୀକୁ ଖୁବ୍ ଶୀଘ୍ର ପୁରଣ କରାଯିବା ସହ ଭିଡ଼ିଓ କନଫରରେନସିଂ ମାଧ୍ୟମରେ କିପରି ଡାଉଟ୍ କ୍ଲିୟରିଂ କ୍ଲାସ୍ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ସେହି ପରି ସମସ୍ତ କଲେଜରେ ମୋ କଲେଜ ସଂଯୋଜକ ନିଯୁକ୍ତ କରାଯିବାକୁ କୁହାଯାଇଛି । କେବଳ ସେତିକି ନୁହେଁ ଉଚ୍ଚଶିକ୍ଷା ବିଭାଗ ଏହାର ସମ୍ପୂର୍ଣ୍ଣ ୱେବସାଇଟକୁ ନବୀକରଣ କରିବ। ବିଭାଗର ସମସ୍ତ ତଥ୍ୟ ଏଥିରେ ଉଲ୍ଲେଖ ରହିବ। ଏଥିପାଇଁ ତିନି ମାସର ସମୟସୀମା ନିର୍ଦ୍ଧିଷ୍ଟ କରାଯାଇଛି।

Subscribe

National International State Sports Entertainment