ଖବର ଓଡିଶା : 05/01/2023
ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର। ଘୋଷଣା ହେଲା ମାଟ୍ରିକ୍ ପରୀକ୍ଷା ତାରିଖ । ଚଳିତ ବର୍ଷ ମାର୍ଚ୍ଚ 10ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ 10ରୁ ମାର୍ଚ୍ଚ 17 ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଏନେଇ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।
ମାଟ୍ରିକ ପରୀକ୍ଷାକୁ ନେଇ ପ୍ରେସମିଟରେ ଆଜି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ଯେ , ମାଟ୍ରିକ ପରୀକ୍ଷା ସମେତ ମଧ୍ୟମା ଓ ରାଜ୍ୟମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ 10ରୁ 17 ଯାଏଁ ଚାଲିବ । ଖୁବଶୀଘ୍ର ଫର୍ମଫିଲପ ପାଇଁ ନୋଟିଫିକେସନ ଆସିବ । ସେହିପରି ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ 15ରୁ ଆରମ୍ଭ ହେବ । ଏହି ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ 11 ଯାଏଁ ଚାଲିବ । ରାଜ୍ୟର 5 ଲକ୍ଷ 43 ହଜାର ଛାତ୍ରାଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ । 3029ଟି କେନ୍ଦ୍ରରେ ପରୀକ୍ଷା ହେବ । ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଫେବୃଆରୀ 20ରୁ 25 ତାରିଖ ଯାଏ ନବମ ଶ୍ରେଣୀର ପରୀକ୍ଷା କରାଯିବା ଲାଗି ସ୍ଥିର ହୋଇଛି। ସେହି ମାସ 22ରୁ 28 ତାରିଖ ଯାଏ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ମୂଲ୍ୟାୟନ ଚାଲିବ।