ଏଣିକି ନୂଆ ଢାଞ୍ଚାରେ ହେବ ନବମ ଓ ଦଶମ ଶ୍ରେଣୀର ପରୀକ୍ଷା, ନବମ ଶ୍ରେଣୀ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା ବୋର୍ଡ
Khabar Odisha:The-board-announced-the-dates-for-the-ninth-and-tenth-grade-exams-the-ninth-grade-exams-in-the-new-format
ଭୁବନେଶ୍ୱର, ଅକ୍ଟୋବର ୨୧(ଖବର ଓଡିଶା):

ଏଣିକି ନୂଆ ଢାଞ୍ଚାରେ ହେବ ନବମ ଓ ଦଶମ ଶ୍ରେଣୀର ପରୀକ୍ଷା । ଏନେଇ ବୋର୍ଡ ପକ୍ଷରି ସାମ୍ବାଦିକ ସମ୍ମିଳନୀ କରାଯାଇଛି । ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧିରେ ପରିବର୍ତ୍ତନ କରାଯାଇଛି । ବର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେବ । ବର୍ଷକୁ ୨ଟି ସେମିଟିଭ୍ ପରୀକ୍ଷା ଦେବ । ଫରମେଟିଭ୍ ଓ ସମେଟିଭ୍ ପରୀକ୍ଷାର ମାର୍କକୁ ନେଇ ରେଜଲ୍ଟ ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । 

ନବମ ଶ୍ରେଣୀର ସମେଟିଭ-୧ ପରୀକ୍ଷା କରାଯିବ ବୋଲି ବୋର୍ଡ କହିଛି । ନଭେମ୍ବର ୨୨ରୁ ୨୪ ତାରିଖ ଭିତରେ ପ୍ରଥମ ସମେଟିଭ୍ ପରୀକ୍ଷା କରାଯିବ ବୋଲି ବୋର୍ଡ କହିଛି । ଏଥିରେ ୪୦ ମାର୍କର ପରୀକ୍ଷା ହେବ । ୨୦ ମାର୍କର ସବଜେକଟିଭ୍ ଓ ୨୦ ମାର୍କର ଅବଜେକଟିଭ୍ ପରୀକ୍ଷା ହେବ । ସକାଳ ୯ଟାରୁ ୧୦ଟା ଏବଂ ୧୧ଟାରୁ ୧୨ଟା ପରୀକ୍ଷା ହେବ ବୋଲି ସ୍ଥିର କରାଯାଇଛି । 

ପରୀକ୍ଷା ପାଇଁ ବୋର୍ଡ ପ୍ରଶ୍ନପତ୍ର ଦେବ, ପରୀକ୍ଷା ନିଜ ସ୍କୁଲରେ ହେବ । ଖାତା କିନ୍ତୁ ଅନ୍ୟ ସ୍କୁଲରେ ଦେଖା ହେବ । ୨୩ ତାରିଖରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ କରାଯିବ ଏବଂ ନଭେମ୍ବର ୩୦ ତାରିଖ ମଧ୍ୟରେ ଖାତାର ମୂଲ୍ୟାୟନ ଶେଷ ହେବ । ଡିସେମ୍ବର ୬ରୁ ୧୩ ତାରିଖ ଭିତରେ ବୋର୍ଡ ମାର୍କ ଅପଲୋଡ କରିବ ବୋଲି ଜଣାପଡିଛି ।

  • Tags:

Subscribe

National International State Sports Entertainment