ଯୁକ୍ତ ୨ ପରୀକ୍ଷାରେ ଭାଗନେବେ ଅଧ୍ୟାପକ, ୬୬୨ ବର୍ଗ ଅଧ୍ୟାପକଙ୍କ ଘୋଷଣା
Khabar Odisha:The-agitating-teachers-of-662-category-colleges-to-take-part-in-the-management-of-the-annual-examination-starting-tomorrow
ଖବର ଓଡିଶା : 28/02/2023

 ଯୁକ୍ତଦୁଇ ପରୀକ୍ଷାରେ ଭାଗ ନେବେ ଅଧ୍ୟାପକ । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । ଏ ନେଇ ୬୬୨ ବର୍ଗ ଅଧ୍ପାକ ସଂଘ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟ ସରକାରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ୬୬୨ ବର୍ଗ ଅଧ୍ୟାପକ ସଂଘ ପକ୍ଷରୁ କୁହାଯାଇଛି ।  ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ଭାଗନେବାକୁ ନିଷ୍ପତ୍ତି ନେଇଛନ୍ତି । ମନ୍ତ୍ରୀସ୍ତରୀୟ ଆଲୋଚନା ପରେ ଅଧ୍ୟାପକ ସଂଘ ଏପରି ନିଷ୍ପତ୍ତି ନେଇଛନ୍ତି । ହେଲେ ଆନ୍ଦୋଳନ ଚାଲୁ ରଖିବା ସହ ପରୀକ୍ଷା ପରିଚାଳନାରେ ମଧ୍ୟ ଭାଗ ନେବେ । ସୂଚନା ଅନୁଯାୟୀ, ୬୬୨ ବର୍ଗ କଲେଜ ସଙ୍ଘର ଆନ୍ଦୋଳନ ଓ ଯୁକ୍ତ ଦୁଇ ପରୀକ୍ଷା ବର୍ଜନ ନିଷ୍ପତି ନେଇଥିଲେ । ବୁଧବାର ଦିନ ଯୁକ୍ତ ଦୁଇ ପରୀକ୍ଷା । ସେପଟେ ଅଧ୍ୟାପକଙ୍କ ଦରମାରେ ପାତରଅନ୍ତର ନୀତିକୁ ବିରୋଧ କରିବା ସହ ସମାନ ଗ୍ରେଡ ପେକୁ ସମାନ ଦରମା ପ୍ରଦାନ, ସମସ୍ତଙ୍କୁ ଗ୍ରାଚୁଇଟି ଓ ପେନସନ, ସପ୍ତମ ବେତନ ପ୍ରଦାନ, ଭଳି, ୪ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରି ଆସୁଛି ୬୬୨ ବର୍ଗ କଲେଜ ସଂଘ । ସମାନ ଗ୍ରେଡକୁ ସମାନ ଦରମା, ସପ୍ତମ ବେତନ କମିଶନ ଲାଗୁ, ପେନସନ ଲାଗୁ ଭଳି ୪ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଶିକ୍ଷକ ସଂଘ । ଯୁକ୍ତ ୨ ପରୀକ୍ଷାରେ ପାଖାପାଖି ୭୦ ପ୍ରତିଶତ ସେଣ୍ଟର ୬୬୨ ବର୍ଗ କଲେଜରେ ହିଁ ହେଉଛି । ଶେଷରେ ବିଭିନ୍ନ ଦାବି ନେଇ ସଂଘ ସହ ମନ୍ତ୍ରୀସ୍ତରୀୟ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଆଗାମୀ ଯୁକ୍ତ ୨ ପରୀକ୍ଷାରେ ଭାଗ ନେବା ପାଇଁ ଅଧ୍ୟାପକମାନେ ନିଷ୍ପତ୍ତି ନେଇଛନ୍ତି ।  ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ଭାଗନେବାକୁ ନିଷ୍ପତ୍ତି ନେଇଛନ୍ତି ।

Subscribe

National International State Sports Entertainment