ମାଟ୍ରିକ୍ ପରୀକ୍ଷା: ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ତ୍ରିସ୍ତରୀୟ ବ୍ୟବସ୍ଥା
Khabar Odisha:State-Odisha--Matric-Exam-regulations-by-Board
ଭୁବନେଶ୍ୱର, ଫେବୃଆରୀ ୧୭ (ଖବର ଓଡ଼ିଶା):

ଫେବୃଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେବେ ୫ ଲକ୍ଷ ୬୦ ହଜାର ୮୯୧ ପରୀକ୍ଷାର୍ଥୀ । ମାଟ୍ରିକ୍ ପରୀକ୍ଷା ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ହୋଇଛି ତ୍ରିସ୍ତରୀୟ ସୁରକ୍ଷା । 

ମାଟ୍ରିକ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବୋର୍ଡ଼ ଅନେକ ପଦକ୍ଷେପ ଗ୍ରହଣ କରିଛି । ଫ୍ଲାଇଂ ସ୍କ୍ୱାର୍ଡ଼, ବୋର୍ଡ଼ ଓ ଜିଲ୍ଲା ପ୍ରଶାସନ ଭଳି ତ୍ରିସ୍ତରୀଣ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ୮୯୧ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବେ । ହଜାରେଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ପର୍ଯ୍ୟବେକ୍ଷକ ରହି ତଦାରଖ କରିବେ ।

  • Tags:

Subscribe

National International State Sports Entertainment