ପ୍ରଶ୍ନପତ୍ର ଲିକ୍ ଘଟଣା, ବାତିଲ ହେଲା ଏଜୁକେସନ ୬ଷ୍ଠ ସେମିଷ୍ଟର ପରୀକ୍ଷା ସମ୍ବଲପୁର, ଜୁଲାଇ ୧୪(ଖବର ଓଡିଶା): Share story: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ ହେବା ଘଟଣା । ଆଜି ହେବାକୁ ଥିବା ଏଜୁକେସନ ୬ଷ୍ଠ ସେମିଷ୍ଟର ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ସଂଜୀବ ମିତ୍ତଲ ସୂଚନା ଦେଇଛନ୍ତି । ତେବେ ପ୍ରଶ୍ନପତ୍ର ଲିକ ହୋଇଥିବା କଥାକୁ କୁଳପତି ସ୍ୱୀକାର କରିଛନ୍ତି । ସକାଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜିନାଲ ପ୍ରଶ୍ନପତ୍ର ସହ ମିଶୁଛି । ସେଥିପାଇଁ ଆଜି ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି । ସେହିପରି ଏନେଇ ଥାନାରେ ଅଭିଯୋଗ ହୋଇଛି । ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରାଯିବ ବୋଲି ସେ କହିଛନ୍ତି । ଖବର ଓଡ଼ିଶା, Reporter, 14/07/2022