ଖବର ଓଡିଶା : 25/05/2023
ମେ ୨୯ରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା l ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନର ଶେଷ ତାରିଖ ଜୁନ୍ ୨୦। SAMS ପୋର୍ଟାଲରେ ଅନଲାଇନ ଆବେଦନ କରିପାରିବେ ଛାତ୍ରଛାତ୍ରୀ l ଜୁନ ୨୮ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଜୁନ ୨୯ ତାରିଖରୁ ଜୁଲାଇ ୫ ତାରିଖ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ l ଜୁଲାଇ ୨୯ ତାରିଖରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କର କ୍ଲାସ ଆରମ୍ଭ ହେବ।