ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା; ଆଉ ହେବନି ସମ୍ମେଟିଭ ପରୀକ୍ଷା
Khabar Odisha:Odisha-BSE-announces-changes-in-matric-board-examination-pattern
ଖବର ଓଡିଶା : 24/05/2023

ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା । ପୂର୍ବପରି ବର୍ଷ ଶେଷରେ ଗୋଟିଏ ବୋର୍ଡ ପରୀକ୍ଷା ହେବ । ଏନେଇ ପ୍ରେସମିଟରେ ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ ପରୀକ୍ଷା ଆଉ ହେବନାହିଁ । ଏବେ କେବଳ ଦଶମରେ ବାର୍ଷିକ ପରୀକ୍ଷା ହିଁ ହେବ । ପୂର୍ବରୁ ହେଉଥିବା ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ । ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି କ୍ୱାର୍ଟରରେ ହେବ । ନବମ ପାଇଁ ବାର୍ଷିକ ପରୀକ୍ଷା ହେବ, ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ ।କୋଭିଡ ସମୟରେ ସମ୍ମେଟିଭ ଢାଞ୍ଚା ଆପଣାଇଥିଲା ବୋର୍ଡ । କରୋନା ପରେ ପୁଣି ପୁରୁଣା ପରୀକ୍ଷା ପଦ୍ଧତିରେ ପରୀକ୍ଷା କରିବା ଲାଗି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତବର୍ଷ ମାଟ୍ରିକ୍‌ ସପ୍ଲିମେଣ୍ଟ ପରୀକ୍ଷା ପାଇଁ ଫର୍ମ ଫିଲପ୍‌ ମେ’ ୨୬ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ୮ ତାରିଖରେ ଶେଷ ହେବ ବୋଲି ବୋର୍ଡ ସଭାପତି କହିଛନ୍ତି।

Subscribe

National International State Sports Entertainment