ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ରେଜଲ୍ଟ। ପୂର୍ବାହ୍ନ ୧୧ଟାରେ ଏହି ଫଳ ପ୍ରକାଶ ପାଇବ । ଓଜେଇଇ ୱେବସାଇଟ ଜରିଆରେ ମିଳିବ ପରୀକ୍ଷା ଫଳ। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା କରିବା ପରେ ଛାତ୍ରଛାତ୍ରୀମାନେ WWW.OJEE.NIC.INରେ ନିଜର ପରୀକ୍ଷା ଫଳ ପାଇ ପାରିବେ।
ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ମ୍ୟାନଜମେଣ୍ଟ, ବୈଷୟିକ ପାଠ୍ୟକ୍ରମରେ ବି ଟେକ, ଏମ ଟେକ ସହିତ ଫାର୍ମାସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପରୀକ୍ଷାର୍ଥୀଙ୍କ ରାଙ୍କ ଆସିବ । ଗତ ମେ’ ୮ରୁ ମେ’ ୧୫ ପର୍ଯ୍ୟନ୍ତ ହୋଇଥିଲା ଓଜେଇଇ ପରୀକ୍ଷା। ପ୍ରାୟ ୫୬ ହଜାର ପିଲା ପରୀକ୍ଷା ଦେଇଥିଲେ। ରାଜ୍ୟର ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବା ସହ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ୩ଟି ପରୀକ୍ଷା କେନ୍ଦ୍ର ହୋଇଥିଲା । ମୋଟ ୩୩ଟି ସହରରେ ୪୭ ପରୀକ୍ଷା କେନ୍ଦ୍ର ହୋଇଥିଲା । ଲାଟରାଲ ଏଣ୍ଟ୍ରି, ଏମଟେକ୍, ଏମବିଏ, ଏମସିଏ ଭଳି ପ୍ରଫେସନାଲ କୋର୍ସରେ ଆଡମିଶନ ଲାଗି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।