ଜେଇଇ ମେନ-୧ ପରୀକ୍ଷା ଫଳ ପ୍ରକାଶିତ, ସୈାରଭ ଓଡ଼ିଶା ଟପ୍ପର
Khabar Odisha:National-Education-Odisha-JEE-Main-1-Result-Out
ଭୁବନେଶ୍ୱର, ଜାନୁଆରୀ ୧୮(ଖବର ଓଡ଼ିଶା):

ଜାତୀୟ ପରୀକ୍ଷଣ ସଂସ୍ଥା ପକ୍ଷରୁ ହୋଇଥିବା ଜେଇଇ ମେନ୍ -୧ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ୯ଜଣ ପ୍ରାର୍ଥୀ ୧୦୦ ପ୍ରତିଶତ ମାର୍କ ସହ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ସଡ଼ିଶାର ସୈାରଭ ସୈାମ୍ୟକାନ୍ତ ଦାସ ୯୯.୯୯ ପ୍ରତିଶତ ମାର୍କ ରଖି ଓଡ଼ିଶାର ଟପ୍ପର ହୋଇଛନ୍ତି । 

ଜାନୁଆରୀ ୭ରୁ ୯ ତାରିଖ ଯାଏଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଯେଉଁମାନେ ଏହି ଜେଇଇ ମେନ୍ ପରୀକ୍ଷା ଦେଇଥିଲେ ସେମାନେ ନିଜ ପରୀକ୍ଷାଫଳ ଦେଖିବା ପାଇଁ ଅଫିସିଆଲ ୱେବସାଇଟ jee-main.nic.in ଏବଂ jeemain.nta.nic.in  ରୁ ଦେଖିପାରିବେ । ସର୍ବଭାରତୀୟ ସ୍ତରରେ ହୋଇଥିବା ଏହି ପରୀକ୍ଷା ପାଇଁ ୧୧ ଲକ୍ଷଯରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିଲେ । ଦିଲ୍ଲୀର ନିଶାନ୍ତ ଅଗ୍ରୱାଲଙ୍କ ସମେତ ଗୁଜୁରାଟ ଓ ହରିଆନାରୁ ଜଣେ ଲେଖାଏ ଓ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରୁ ୨ଜଣ ଲେଖାଏଁ ଶତ ପ୍ରତିଶ ମାର୍କ ରଖି ସଫଳ ହୋଇଛନ୍ତି । 

  • Tags:

Subscribe

National International State Sports Entertainment