କଲବଲ୍ କରୁଛି ତାତି, ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ୍ ଆରମ୍ଭ
Khabar Odisha:Morning-school-from-today
ଭୁବନେଶ୍ୱର, ମାର୍ଚ୍ଚ 1 ( ଖବର ଓଡ଼ିଶା):

 ଏବେଠୁ କଲବଲ କଲାଣି ତାତି । ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ୍ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଆଜିଠୁ ବଦଳିଛି ସ୍କୁଲ ସମୟ । ସକାଳୁଆ ସ୍କୁଲ୍ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ।

କରୋନା କଟକଣା ସହ ସବୁ ସ୍କୁଲରେ ସକାଳୁଆ କ୍ଲାସ୍ ହେବ । ସକାଳୁଆ ସ୍କୁଲରେ ନବମ ଓ ଏକାଦଶ ପିଲାଙ୍କ ସ୍କୁଲ ସମୟ ସକାଳ ୭ଟାରୁ ୯ଟା ଯାଏଁ କ୍ଲାସ୍ ହେବ । ସେହିପରି ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ସ୍କୁଲ ସମୟ ସକାଳ ୯ଟାରୁ ୧ ଟା ଯାଏଁ  କ୍ଲାସ୍  ହେବ । ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ପୂର୍ବରୁ ଚିଠି ପଠାଇଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଏପରି ନିର୍ଦ୍ଦେଶ ଦିଆଯାଇଛି। 

ସବୁ ସ୍କୁଲରେ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ନିର୍ଦ୍ଦେଶ ରହିଛି । 

ସ୍କୁଲ ନିକଟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରୁ ORS ଆଣି ସ୍କୁଲରେ ରଖିବାକୁ ନିର୍ଦ୍ଦେଶ ରହିଛି ।  ସ୍କୁଲ ବସ୍‌ ଉପଲବ୍ଧ ଥିଲେ ପିଲାଙ୍କ ଯାତାୟାତ ବ୍ୟବସ୍ଥା କରାଯିବ । ଖରା ଯୋଗୁଁ ଛାତ୍ରଛାତ୍ରୀ ପାଣି ବୋତଲ ଆଣିବେ । 

  • Tags:

Subscribe

National International State Sports Entertainment