ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା,ପରୀକ୍ଷା କେନ୍ଦ୍ର ବୁଲିଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଏବଂ ଶୁଭେଚ୍ଛା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
Khabar Odisha:Matric-exam-start-from-today
ଖବର ଓଡିଶା : 10/03/2023:

ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପ୍ରଥମ ଦିନରେ ପରୀକ୍ଷାର୍ଥୀ ୧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । ସକାଳ ୮ ଟାରୁ ପରୀକ୍ଷା ଆରମ୍ଭ ହୋଇଛି ।  ରାଜ୍ୟରେ ପରୀକ୍ଷା ଦେଉଛନ୍ତି  ମୋଟ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ।  ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜୋମେଟ୍ରି ବକ୍ସ ନେବାର ଅନୁମତି ରହିଛି । ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ମଧ୍ୟମା ଏବଂ ଓପନ ସ୍କୁଲ ପରୀକ୍ଷା ମଧ୍ୟ ସେହି ସମୟ ମଧ୍ୟରେ ହେବ । ଏଥର କପି ରୋକିବାକୁ ପ୍ରାଥମିକତା ଦେଇ ସ୍ପେଶାଲ ସ୍କ୍ୱାଡ୍ ଗଠନ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପରୀକ୍ଷା କେନ୍ଦ୍ରଗୁଡିକୁ ଏହି ସ୍କ୍ୱାଡ୍ ସରପ୍ରାଇଜ୍ ଭିଜିଟ କରିବ। ସେହିପରି ଯେତେ ସମ୍ଭବ CCTV ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶ୍ନପତ୍ର ସେଟ୍ ଗୁଡ଼ିକ ପୂର୍ବରୁ ହବକୁ ପଠାସରିଥିଲା  । ହବରୁ ପରୀକ୍ଷା କେନ୍ଦ୍ର ଯାଏଁ ପ୍ରଶ୍ନପତ୍ର ନେବାକୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା । ମାଓ ଉପଦ୍ରୁତ ଅଞ୍ଚଳର ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି ।

ଭୁବନେଶ୍ୱର ଡୁମଡୁମାରେ ଥିବା ସୟଦ ମମତାଜ ଅଲି ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି  ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ଆରମ୍ଭ ହୋଇଛି। ପିଲାମାନେ ପ୍ରଶ୍ନ ପତ୍ର ପାର୍ଟନ ପୂର୍ବରୁ ଜାଣିଛନ୍ତି। ସମେଟିଭ ୧  ପରୀକ୍ଷା ଦେଇଛନ୍ତି। ତେଣୁ ଡ଼ରିବାର ଆଵଶ୍ୟକତା ନାହିଁ। ପିଲାମାନେ ନିଶ୍ଚିତ ଭାବେ ଭଲ କରିବେ ବୋଲି କହିଛନ୍ତି ମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଙ୍କ ଇଚ୍ଛା ଆମ ପିଲା ମାନେ ଭଲ ପାଠ ପଢ଼ିବେ, ଆଗକୁ ଯିବେ। ପରୀକ୍ଷା ସମୟରେ ଛାତ୍ର ଛତ୍ରୀମାନଙ୍କୁ ପଥଭ୍ରଷ୍ଟ କରିବା ପାଇଁ କିଛି ଅସମାଜିକ ବ୍ୟକ୍ତି ସୋସିଆଲ ମିଡ଼ିଆ ରେ ପ୍ରଶ୍ନପତ୍ର ଭାଇରାଲ କରିଥାନ୍ତି। ସାଇବର ଥାନାରେ ଏତଲା ଦିଆଯାଇଛି। ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ଏଥିସହ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟ୍ବିଟ କରି ସେ କହିଛନ୍ତି ଯେ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା । ପରୀକ୍ଷାର୍ଥୀଙ୍କ ସଫଳତା କାମନା କରୁଛି । 

Subscribe

National International State Sports Entertainment