ଖବର ଓଡ଼ିଶା : 18/05/2023
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମ୍ୟାଟ୍ରିକ ପରୀକ୍ଷାଫଳ ଆଜି ପ୍ରକାଶ ପାଇବ । ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ଦିନ ୧୦ଟାରେ କଟକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ । ମାଟ୍ରିକ ସହିତ ସଂସ୍କୃତ ମଧ୍ୟମା ଓ ଷ୍ଟେଟ ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ।
ପରୀକ୍ଷାଫଳ ମଧ୍ୟାହ୍ନ ୧୨ ଟାରେ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ www.bseodisha.ac.in ରୁ ପରୀକ୍ଷାଫଳ ଡାଉନଲୋଡ କରିପାରିବେ। ମୋବାଇଲ୍ ଏସ୍ଏମଏସ୍ ଦ୍ବାରା ମଧ୍ୟ ପରୀକ୍ଷାଫଳ ଜାଣିହେବ। ପରୀକ୍ଷାର୍ଥୀ ନିଜ ମୋବାଇଲରୁ OR10<ROLL NO> ଟାଇପ୍ କରି ୫୬୭୬୭୫୦ ନମ୍ବରକୁ ପଠାଇ ଫଳାଫଳ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।