ଖବର ଓଡିଶା : 02/03/2023
ଭାରତ ଗସ୍ତରେ ଅଛନ୍ତି ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଜେସନ କ୍ଲେର । କେନ୍ଦ୍ରର ନୂଆ ଶିକ୍ଷା ନୀତିକୁ ପ୍ରଶଂସା କଲେ ଅଷ୍ଟ୍ରେଲିଆ ଶିକ୍ଷାମନ୍ତ୍ରୀ | ଭାରତ ଓ ଅଷ୍ଟ୍ରେଲିଆ ଶିକ୍ଷା ବିଭାଗ ମଧ୍ୟରେ ସ୍ଵାକ୍ଷରିତ ହେଲା MOU । ଉଭୟ ଦେଶର ଯୁବବର୍ଗଙ୍କୁ ସଶକ୍ତ କରିବା ଓ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ଅଧିକ ମଜଭୂତ କରିବା ଉପରେ ବିଚାର ବିମର୍ଷ କରାଯାଇଛି । MOU ଦସ୍ତଖତ ସମାରୋହରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନୂଆ ଶିକ୍ଷା ନୀତିକୁ ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ। ମନ୍ତ୍ରୀ ଜେସନ କ୍ଲେ କହିଛନ୍ତି ଯେ , ଭାରତ ଗୋଟିଏ ବଡ଼ ଦେଶ, ବିଶ୍ଵରେ ଏହାର ଗୁରୁତ୍ଵ ରହିଛି। ଅନେକ କ୍ଷେତ୍ରରେ ଭାରତ ଆଗୁଆ। ଶିକ୍ଷା କ୍ଷେତ୍ରରେ ଅନେକ ସୁଯୋଗ ରହିଛି। ଆମର MOU ଉଭୟ ଙ୍କ ପାଇଁ ଲାଭ ଦେବ ବୋଲି ସେ କହିଛନ୍ତି। ଏହାସହ ଅଷ୍ଟ୍ରେଲିଆରେ ଭାରତର IT ଛାତ୍ର କାମ କରିପାରିବେ। ସେହିପରି ସେଠାକାର ବିଦ୍ୟାର୍ଥୀ ଭାରତରେ ମାଷ୍ଟର ଡିଗ୍ରୀ କରିପାରିବେ।