ମାଟ୍ରିକ୍ ପରିକ୍ଷା: ବନ୍ଧା ହେଲେ ୨ ନକଲି ପରୀକ୍ଷାର୍ଥୀ
Khabar Odisha:Education-Odisha-Fake-Matric-Examinee-Caught-in-Nayagarh
ଭୁବନେଶ୍ୱର, ଫେବୃଆରୀ ୨୬ (ଖବର ଓଡ଼ିଶା):

ମାଟ୍ରିକ୍  ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ । ମାଟ୍ରିକ୍ ୨ ଛାତ୍ରୀଙ୍କ ପାଇଁ ପରୀକ୍ଷା ଦେଇ ବନ୍ଧା ହେଲେ ୨ଜଣ ଯୁକ୍ତ ଦୁଇ ଛାତ୍ରୀ । 

ନୟାଗଡ଼ ରଣପୁର ବ୍ଲକ କୋଲାସର ଜନତା ଉଚ୍ଚ ବିଦ୍ୟାଳୟରେ ଆଜି ମାଟ୍ରିକ୍ ଗଣିତ ପରୀକ୍ଷା ଚାଲିଥିବା ବେଳେ ୨ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ପୋଲିସ । ୨ଜଣ ମାଟ୍ରିକ ଛାତ୍ରୀଙ୍କ ପାଇଁ ସେହି ଗାଁର ଯୁକ୍ତ ଦୁଇ ପଢିଥିବା ୨ ଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉଥିଲେ । ଛାତ୍ରୀ ଦୁଇଜଣ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷା ସୁପରିଟେଣ୍ଡେଣ୍ଟ ଯାଂଚ କରି ଏମାନଙ୍କୁ ଧରିବା ପରେ ରଣପୁର ପୋଲିସକୁ ଖବର ଦେଇଥିଲେ । ରଣପୁର ପୋଲିସ ଉକ୍ତ ୨ ଛାତ୍ରୀଙ୍କୁ ଅର୍ଥାତ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି । ପୋଲିସ ଏବଂ ବ୍ଲକ ଶିକ୍ଷା ଅଧିକାରୀ ଏହି ଘଟଣାର ତଦନ୍ତ କରୁଛନ୍ତି । ଆଡ଼ମିଟ କାର୍ଡ଼ରେ ପରୀକ୍ଷାର୍ଥୀଙ୍କ ଫଟୋ ଥିବା ବେଳେ ପରୀକ୍ଷା ହଲ ମଧ୍ୟକୁ କିପରି ୨ ନକଲି ପରୀକ୍ଷାର୍ଥୀ ପ୍ରବେଶ କରିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

  • Tags:

Subscribe

National International State Sports Entertainment